ଆମ୍ ଆଦମୀ ପାର୍ଟି କେନ୍ଦୁଝର ତରଫରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
କେନ୍ଦୁଝର, ୧୦ ଅଗଷ୍ଟ (ହି.ସ.)- ଆଜି ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ ଙ୍କ ସଭାପତିତ୍ବରେ ସ୍ଥାନୀୟ ଶହୀଦ ସଦନ ଠାରେ ଆମ୍ ଆଦମୀ ପାର୍ଟି କେନ୍ଦୁଝର ତରଫରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ରାଷ୍ଟ୍ରୀୟ ସ୍ତରରେ ଚାଲିଥିବା ସ୍କୁଲ ବଞ୍ଚାଅ ଅଭିଯାନ ର ସମୀକ୍ଷା କର
ଆମ୍ ଆଦମୀ ପାର୍ଟି କେନ୍ଦୁଝର ତରଫରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ


କେନ୍ଦୁଝର, ୧୦ ଅଗଷ୍ଟ (ହି.ସ.)- ଆଜି ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ ଙ୍କ ସଭାପତିତ୍ବରେ ସ୍ଥାନୀୟ ଶହୀଦ ସଦନ ଠାରେ ଆମ୍ ଆଦମୀ ପାର୍ଟି କେନ୍ଦୁଝର ତରଫରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ରାଷ୍ଟ୍ରୀୟ ସ୍ତରରେ ଚାଲିଥିବା ସ୍କୁଲ ବଞ୍ଚାଅ ଅଭିଯାନ ର ସମୀକ୍ଷା କରାଯାଇଥିଲା। ଆସନ୍ତା ୧୪ ତାରିଖ ମଧ୍ୟରେ ଏହି ଅଭିଯାନକୁ ସଫଳତାର ସହିତ ସମାପ୍ତ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ସ୍ୱାଧୀନତା ଦିବସ ଉପରେ ପ୍ରସ୍ତୁତି ଆଲୋଚନା ହୋଇଥିଲା। ସ୍ୱାଧୀନତା ଦିବସ ଅବସରରେ ଆମ୍ ଆଦମୀ ପାର୍ଟି ତରଫରୁ ଏକ ହେଲ୍ପଲାଇନ ନମ୍ବର ଜାରିକରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ପ୍ରଦାନ କରିଥିଲେ। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨୬ ପାର୍ଟି ର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳରେ ସଚେତନତା ପଦଯାତ୍ରା କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ, ସାଧାରଣ ସମ୍ପାଦକ ଶୁଭଙ୍କର ମହାନ୍ତି, ଶଶାଙ୍କ ଶେଖର ସାହୁ, ଜୟକୃଷ୍ଣ ନାଏକ, ସୁଶାନ୍ତ ନାଏକ, ଖଗେଶ୍ବର ମହାନ୍ତ, ସନାତନ ନାଏକ, ସୁଧୀର ମହାନ୍ତ, ଦିପୁ ମହାନ୍ତ, ଚିତ୍ତରଞ୍ଜନ ନାଏକ ପ୍ରମୁଖ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande