ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- କର୍ପୋରେଟର
ଅମରେଶ ଜେନା ଓରଫ ବାଇଆ ଜେନାଙ୍କ ଅଫିସ ଭାଙ୍ଗିଲେ ଦୁର୍ବୁତ୍ତ । 45 ନମ୍ବର ୱାର୍ଡର ଅଫିସକୁ ଗତକାଲି ବିଳମ୍ବିତ
ରାତିରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । 4ରୁ 5ଜଣ ଦୁର୍ବୁତ୍ତ ଆସି ଗାଳି ଗୁଲଜ କରିବା ସହ ଅଫିସରେ ଝରକାକୁ ପଥର ଫିଙ୍ଗି ଥିବା
ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । କିଏଏ ଓ
କାହିକି ଏଭଳି କାଣ୍ଡ ଘଟାଇଲା ଖୋଳ ତାଡ଼ କରୁଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା