ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତିକୁ ଓଡ଼ିଶା ଅମଲା ସଂଘ ବିରୋଧ
ଜୟପୁର, 10 ଅଗଷ୍ଟ (ହି.ସ.) ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ ବୈଠକରେ ପୁର୍ବତନ ଉପସଭାପତି ନରେନ୍ଦ୍ର ନାଥ ତ୍ରିପାଠୀ,
ରାଜସ୍ବ ଅମଲା ସଂଘ ର କାର୍ଯ୍ୟବନ୍ଦ ଆନନ୍ଦଳନ ନିଷ୍ପତି କୁ ଓଡ଼ିଶା ଅମଲା ସଂଘ ର ବିରୋଧ


ଜୟପୁର, 10 ଅଗଷ୍ଟ (ହି.ସ.)

ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି I

ଉକ୍ତ ବୈଠକରେ ପୁର୍ବତନ ଉପସଭାପତି ନରେନ୍ଦ୍ର ନାଥ ତ୍ରିପାଠୀ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଓଡିଶା ଅମଲା ସଙ୍ଘର ବରିଷ୍ଠ ସଦସ୍ୟ (ରାଜସ୍ୱ) ଶ୍ରୀ ଓ୍ବାଇ ଶ୍ରୀନିବାସ ରାଓ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ

I

ସଭାପତି ଶଶୀଭୂଷଣ ଦାଶ୍ ସାମ୍ବାଦିକ ସମ୍ମିଳନୀରେ ବିକ୍ଷୋଭ କରିବା ସହିତ ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନନ୍ଦଳନ ନିଷ୍ପତିକୁ ଓଡ଼ିଶା ଅମଲା ସଂଘ ବିରୋଧ କରୁଥିବା ପ୍ରକାଶ କରିଥିଲେ I

ରାଜସ୍ବ ଅମଲା ସଂଘ କର୍ମଚାରୀ ମାନଙ୍କ ପ୍ରତି କୁଠାରଘାତ କରିଥିବା ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ I

ବିଗତ ଦିନରେ ରାଜସ୍ବ ଅମଲା ସଂଘ ଓ ଅନ୍ୟ ଦୁଇଟି ସଂଘ ଓଡ଼ିଶା ଅମଲା ସଂଘ ସହିତ ମିଳିତ ଅମଲା ମଞ୍ଚ ଗଠିତ କରି ଏକ ମାତ୍ର ନ୍ୟାର୍ଯ୍ୟ ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ୪୨୦୦/- ପୁରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇବା ପରେ ସରକାରଙ୍କ ପ୍ରତିଶୃତି ପାଇ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା I

ପରବର୍ତ୍ତୀ ପର୍ଯ୍ୟାୟରେ ରାଜସ୍ବ ଅମଲା ମାନଙ୍କର ସ୍ବତନ୍ତ୍ର କ୍ୟାଡ଼ର ନିମନ୍ତେ ସରକାର ନିର୍ଧାରଣ ବାହାର କରିବା ପରେ ରାଜସ୍ବ ଅମଲା ସଂଘ ପୁର୍ବତନ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସେହି ଚକ୍ରାନ୍ତରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ତାଙ୍କର ନ୍ୟାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ହୋଇଥିଲେ

I

ପୁର୍ବତନ ସରକାର ରାଜସ୍ବ ଅମଲା ସଂଘର ଦାବି ପୁରଣ କରିଦେବା ପରେ ମଧ୍ୟ ରାଜସ୍ବ ଅମଲା ସଂଘ ପୁଣିଥରେ କଣ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଛନ୍ତି ବୋଲି ସଭାପତି ପ୍ରଶ୍ନ କରିଥିଲେ I

ରାଜସ୍ବ ଅମଲା ସଂଘ ଯେଉଁ ୧୦ ଗୋଟି ଦାବି କେବଳ ସେମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ସେଥିରୁ ୩ ଟି ଦାବି ନ୍ୟାୟ ସଙ୍ଗତ ଯେଉଁ ଦାବି ଗୁଡ଼ିକ ବହୁ ପୁର୍ବରୁ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ସେଥି ପ୍ରତି ସରକାର ସଚେତନ ଥିବା ସହିତ ପୁରଣ ନିମନ୍ତେ ସରକାର ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ I ଅମଲା ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ଗ୍ରେଡ଼ ପେ ପ୍ରଦାନ ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହା ଦ୍ବାରା ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ଉପକୃତ ହେବେ ବୋଲି ଶ୍ରୀ ଦାଶ୍ ସଭାପତି ଗଣ ମାଧ୍ୟମକୁ କହିଛନ୍ତି I

ମୟୁରଭଞ୍ଜ ଜିଲ୍ଲା ଠାରୁ ଆରମ୍ଭ କରି ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ବହୁତ ଗୁଡ଼ିଏ ଜିଲ୍ଲା ରେ (କୋରାପୁଟ ଓ ନବରଙ୍ଗପୁର ବ୍ୟତିତ)ରାଜସ୍ବ ଅମଲା ମାନେ ଓଡ଼ିଶା ଅମଲା ସଂଘ ସହିତ ଥିବା ସଙ୍ଗେ ସଙ୍ଗେ ବିଭିନ୍ନ ପଦ ପଦବୀରେ ରହିଥିବା ଓ ଓଡ଼ିଶା ଅମଲା ସଂଘ ର ରାଜ୍ୟ ସଭାପତି ରାଜସ୍ବ ବିଭାଗ ର ସେମାନେ ଆନ୍ଦୋଳନକୁ ଓହ୍ଲାଇବାର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀ ଦାଶ୍ ସୁଚନା ଦେଇଥିଲେ I

ତେଣୁ ରାଜସ୍ବ ଅମଲା ସଂଘ ର କାର୍ଯ୍ୟବନ୍ଦ ଆନନ୍ଦଳନ କୁ ସମ୍ପୁର୍ଣ୍ଣ ଅସହଯୋଗ କରିବା ସହିତ ହାସ୍ୟାସ୍ପଦ ବୋଲି ଶ୍ରୀ ଦାଶ୍ କହିଥିଲେ I

ପରି ଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ସମସ୍ତ ମିଡ଼ିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ଉପସ୍ଥିତ ଅମଲା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande