ଅଙ୍ଗନୱାଡ଼ି ଛାତରୁ ନାବାଳକର ମୃତଦେହ ଉଦ୍ଧାର : ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ
ଚମ୍ପୁଆ, ୧୦ ଅଗଷ୍ଟ (ହି.ସ.) - ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରୁ ଏକ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ନେଇ ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍
ଅଙ୍ଗନୱାଡ଼ି ଛାତରୁ ନାବାଳକର ମୃତଦେହ ଉଦ୍ଧାର : ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ


ଚମ୍ପୁଆ, ୧୦ ଅଗଷ୍ଟ (ହି.ସ.) - ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରୁ ଏକ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ନେଇ ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତକ ବିଲେଇପଦା ମୁଣ୍ଡା ସାହିର ଗୋବିନ୍ଦ ବବୋଙ୍ଗାଙ୍କ ୭ ବର୍ଷର ପୁଅ ଅରୁଣ ବବୋଙ୍ଗା ବୋଲି ଜଣା ପଡିଛି। ଏହି ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପର ଦେଇ ଅସୁରକ୍ଷିତ ଭାବେ ପାଖ ଦୋକାନକୁ ବିଦ୍ୟୁତ୍ ତାର ସଂଯୋଗ ଯାଇଥିବାବେଳେ ନା’ବାଳକର ମୃତ ଦେହ ବିଦ୍ୟୁତ୍ ତାର ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ତେଣୁ ଇଲେକ୍ଟ୍ରି କରେଂଟ ଲାଗି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande