ଅନ୍ତରାଷ୍ଟିୟ ପ୍ରତିଯୋଗିତାରେ ସମ୍ବଲପୁର ନିଲମ ମାର୍ଶାଲ ଆର୍ଟର ଖେଳାଳିଙ୍କୁ ସ୍ୱର୍ଣ୍ଣ ପଦକ
ଅନ୍ତରାଷ୍ଟିୟ ପ୍ରତିଯୋଗିତାରେ ସମ୍ବଲପୁର ନିଲମ ମାର୍ଶାଲ ଆର୍ଟର ଖେଳାଳିଙ୍କୁ ସ୍ୱର୍ଣ୍ଣ ପଦକ
ଅନ୍ତରାଷ୍ଟିୟ ପ୍ରତିଯୋଗିତାରେ ସମ୍ବଲପୁର ନିଲମ ମାର୍ଶାଲ ଆର୍ଟର ଖେଳାଳିଙ୍କୁ ସ୍ୱର୍ଣ୍ଣ ପଦକ


ସମ୍ବଲପୁର, ୧୦ ଅଗଷ୍ଟ (ହି.ସ.) କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଗତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କରାଟେ ଚାମ୍ପିଅନସିପ୍ ଆୟୋଜିତ ହୋଇଥିଲା । ଯେଉଁଥିରେ ଭାରତ ସମେତ ୧୦ଟି ଦେଶର ବିଭିନ୍ନ ବର୍ଗରେ ୫ ଶହରୁ ଅଧିକ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାର ସମ୍ୱଲପୁର ପଟ୍ଟନାୟକ ପଡ଼ାର ଫେଜର କ୍ଲବର ନୀଲମ ମାର୍ଶାଲ ଆର୍ଟ୍ ର ଦୁଇ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପୁରଵରାଜ୍ ମେହର ଗୋଟିଏ ସ୍ୱର୍ଣ୍ଣ ସହିତ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ଓ ନିଧି ଛତ୍ରପାଲ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ଜିତି ସମ୍ବଲପୁର ତଥା ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ସଂସ୍ଥାର ସମ୍ପାଦକ ନୀଲମ କୁମାରୀ ଓ ପ୍ରଶିକ୍ଷକ ଵମନ ନାଗ ସେମାନଙ୍କୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଭିନନ୍ଦନ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande