କଂଗ୍ରେସ ଦଳର ଉପସ୍ଥିତି ଏବଂ ଅବସ୍ଥିତି ପାଇଁ ସଂଘର୍ଷ କରୁଛି- ବିଜେପି
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖି କହିଛି ଯେ, କଂଗ୍ରେସ ଯେଉଁ ପଦଯାତ୍ରା କରୁଛି ତାର କିଛି ମାନେ ନାହିଁ । କଂଗ୍ରେସ ତା ଦଳର ଉପସ୍ଥିତି ଏବଂ ଅବସ୍ଥିତି ପାଇଁ ସଂଘର୍ଷ କରୁଛି । ରାଜ୍ୟରେ ଯେହେତୁ
କଂଗ୍ରେସ ଦଳର ଉପସ୍ଥିତି     ଏବଂ ଅବସ୍ଥିତି ପାଇଁ ସଂଘର୍ଷ କରୁଛି- ବିଜେପି


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- କଂଗ୍ରେସର

ନାରୀ ନ୍ୟାୟ ପଦଯାତ୍ରା ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖି କହିଛି ଯେ, କଂଗ୍ରେସ ଯେଉଁ

ପଦଯାତ୍ରା କରୁଛି ତାର କିଛି ମାନେ ନାହିଁ । କଂଗ୍ରେସ ତା ଦଳର ଉପସ୍ଥିତି ଏବଂ ଅବସ୍ଥିତି ପାଇଁ

ସଂଘର୍ଷ କରୁଛି । ରାଜ୍ୟରେ ଯେହେତୁ କଂଗ୍ରେସ ଦଳ ତୃତୀୟରେ ଅଛି, ସେଥିପାଇଁ ରେସରେ ଆସିବାକୁ ପ୍ରତିଦ୍ବନ୍ଦିତା

କରୁଛନ୍ତି । ତାଙ୍କର ଜାତୀୟ ସ୍ତରର ନେତା ଯେଉଁ ସ୍ଲୋଗାନ ଦେଇଛନ୍ତି, ତାକୁ

ସେମାନେ ଏଠି ଘୋଷୁଛନ୍ତି । କଂଗ୍ରେସ ନେତା ମନେ ପକାନ୍ତୁ ଛବିରାଣୀ ଏବଂ ଅଞ୍ଜନା ଘଟଣା । ଯେଉଁ

ଘଟଣାରେ ତାଙ୍କର ଏକ ନମ୍ବର ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିଲା । କଂଗ୍ରେସ ଆଗ ତା ଇତିହାସ

ପଢ଼ୁ ବୋଲି କହିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande