ଘଟଗାଁ, ୧୦/ଅଗଷ୍ଟ( ହି. ସ ) ମୋହନ ସରକାର ହେଉଛି ଲୋକଙ୍କ ସରକାର।ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସରକାରୀ କର୍ମଚାରୀ ଲୋକଙ୍କ ସମସ୍ୟା ବୁଝିବା ଲାଗି ଲୋକଙ୍କ ପାଖକୁ ଯିବେ।ଏଣୁ ହିତାଧିକାରୀ ଙ୍କ ଅଭିଯୋଗ ଗୁଡିକ ଯୋଗାଣ ଅଧିକାରୀ ଚଟାଣ ଉପରେ ବସି ଶୁଣିବା ସହିତ ସମସ୍ୟା ର ସମାଧାନ କରିଥିଲେ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମ ପଞ୍ଚାୟତରେ। ଏହି ପଞ୍ଚାୟତର କିଛି ହିତାଧିକାରୀ ଙ୍କ ନାମରେ ଗାଡି, କୋଠା ଘର ଓ କିଛି ହିତାଧିକାରୀଙ୍କ ସଦସ୍ୟ ମାନେ ସରକାରୀ ଚାକିରି କରିଛନ୍ତି। ତଥାପି ସରକାରୀ ନିୟମକୁ ଫୁ କରି ପୂର୍ବରୁ ହାତେଇ ନେଉଥିଲେ ରାସନ ସାମଗ୍ରୀ।କିନ୍ତୁ କେନ୍ଦ୍ର ସରକାରଙ୍କ ଇ କେ୍ୱାଇସି ସମୟ କିଛି ହିତାଧିକାରୀ ଙ୍କ ରାସନ କାର୍ଡ କଟି ଆସିଛି।କିନ୍ତୁ ସେମାନଙ୍କ ବୁଝିବା ଅଭାବ ତା ସାଙ୍ଗକୁ କିଛି ଅସାଧୁ ବ୍ୟକ୍ତି ମେଳି ଲଗାଇ ପଞ୍ଚାୟତରେ କିଛି ସମୟ ଲାଗି ଆନ୍ଦୋଳନ କରିଥିଲେ।ଉକ୍ତ ଘଟଣା ସମ୍ପର୍କରେ ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ଅଧିକାରୀ ଭାସ୍କର ବାରିକ ଖବର ପାଇ ଘଟଣା ସ୍ଥଳରେ ପହଂଚି ପୁଙ୍ଖାନୁପୁଙ୍ଖ ସତ୍ୟତା ପଚାରି ବୁଝିଥିଲେ। ସମ୍ପୂର୍ଣ ଘଟଣା ବୁଝିବା ପରେ ଚଟାଣ ଉପରେ ବସି ଉତ୍ତେଜିତ ହିତାଧିକାରୀ ଙ୍କୁ ସରକାରୀ ନିୟମ ବୁଝାଇବା ସହିତ ଯୋଗ୍ୟ ହିତାଧିକାରୀ ର ମାର୍ଗଦର୍ଶିକା ଜଣାଇଥିଲେ। ଏହି ଘଟଣାରେ ନିୟୋଜିତ ଯୋଗାଣ ସହାୟକ ର କୌଣସି ତ୍ରୁଟି ନାହିଁ ବୋଲି ଜଣାଇଥିଲେ। ଆଗାମୀ ଦିନରେ କୌଣସି ତ୍ରୁଟି ପରିଲିକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବ ନାହିଁ ବୋଲି ଶ୍ରୀ ବାରିକ ପ୍ରତିଶୃତି ଦେବା ପରେ ରାସନ ସାମଗ୍ରୀ ବାଣ୍ଟିବା ସ୍ୱାଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ