ଆଜି ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) ଆଜି କଳିଙ୍ଗ ଷ୍ଟାଡ଼ିୟମରେ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ
ଆଜି ୱାର୍ଲଡ଼ ଆଥଲେଟିକ୍ସ     କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) ଆଜି କଳିଙ୍ଗ

ଷ୍ଟାଡ଼ିୟମରେ ୱାର୍ଲଡ଼ ଆଥଲେଟିକ୍ସ

କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଭାରତରେ ପ୍ରଥମ ଥର ପାଇଁ

ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ

ଷ୍ଟାଡ଼ିୟମ ଠାରେ କରାଯାଉଛି। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ ଆଥଲେଟିକ୍ସ

ଫେଡ଼େରେସନ ଅଫ ଇଣ୍ଡିଆ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ କରାଯାଉଛି।

ପ୍ରତିଯୋଗିତାରେ ୧୯ଟି ଇଭେଣ୍ଟ ଅନୁଷ୍ଠିତ ହେବ। ପ୍ରାୟ ୧୭ଟି ଦେଶରୁ ୧୬୦ଜଣ କ୍ରୀଡ଼ାବିତ୍‌ ଉକ୍ତ

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଭାରତରୁ ୯୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ

କରିଛନ୍ତି। ଓଡ଼ିଶାରୁ ଅନିମେଶ କୁଜୁର, ଶ୍ରାବଣୀ

ନନ୍ଦ, ଲାଲୁପ୍ରସାଦ ଭୋଇ, ପ୍ରଜ୍ଞାନ ସାହୁ

ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।

ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ

ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଭାରତରେ ପ୍ରଥମ ଥର ପାଇଁ ଓ୍ବାର୍ଲ୍ଡ ଆଥଲେଟିକ୍ସ

କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି

। ଯାହାକି ଏକ ଗର୍ବର ବିଷୟ ବୋଲି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। କ୍ରୀଡ଼ାବିତ୍‌ମାନଙ୍କୁ

ଶୁଭେଚ୍ଛା ଜଣାଇବା ସହ ଷ୍ଟାଡ଼ିୟମ ଆସି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେ

କ୍ରୀଡ଼ାପ୍ରେମୀମାନଙ୍କୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande