ଜୟପୁର ଠାରେ ସିପିଆଇ ର ୧୮ତମ ଜିଲ୍ଲା ସମ୍ମିଳନୀର ଖୋଲା ଅଧିବେଶନ
ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ଠାରେ ସିପିଆଇ ର ଦୁଇଦିନିଆ ୧୮ତମ ଜିଲ୍ଲା ସମ୍ମିଳନୀ ଆରମ୍ଭ ଆରମ୍ଭ ହୋଇଯାଇଛି। ଜିଲ୍ଲା ପାର୍ଟି ଅଫିସ୍ ପ୍ରାଙ୍ଗଣରେ ଏହି ସମ୍ମିଳନୀର ଲାଲ୍ ପତାକାକୁ ସିପିଆଇ ର କୋରାପୁଟ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ ଉତ୍ତୋଳନ କଲା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପର
ଜୟପୁର ଠାରେ ସିପିଆଇ ର ୧୮ତମ ଜିଲ୍ଲା ସମ୍ମିଳନୀ ର ଖୋଲା ଅଧିବେଶନ ଅନୁଷ୍ଠିତ


ଜୟପୁର ଠାରେ ସିପିଆଇ ର ୧୮ତମ ଜିଲ୍ଲା ସମ୍ମିଳନୀ ର ଖୋଲା ଅଧିବେଶନ ଅନୁଷ୍ଠିତ


ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ଠାରେ ସିପିଆଇ ର ଦୁଇଦିନିଆ ୧୮ତମ ଜିଲ୍ଲା ସମ୍ମିଳନୀ ଆରମ୍ଭ ଆରମ୍ଭ ହୋଇଯାଇଛି। ଜିଲ୍ଲା ପାର୍ଟି ଅଫିସ୍ ପ୍ରାଙ୍ଗଣରେ ଏହି ସମ୍ମିଳନୀର ଲାଲ୍ ପତାକାକୁ ସିପିଆଇ ର କୋରାପୁଟ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ ଉତ୍ତୋଳନ କଲା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ସହୀଦ୍ ମଣ୍ଡପ ସମ୍ମୁଖରେ ପାର୍ଟି ର ଖୋଲା ଅଧିବେଶନରେ ସମବେତ ହୋଇଥିଲେ । ରାଜ୍ୟ କାର୍ଯ୍ୟକାରି କମିଟି ସଦସ୍ୟ ପ୍ରମୋଦ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଉଦବୋଧନ ଦେଇ ଗତ ଶହେ ବର୍ଷ ଧରି କମ୍ୟୁନିଷ୍ଟ ପାର୍ଟି ଶୋଷଣ ଅତ୍ୟାଚାର ଜାତିଆଣ ଭେଦଭାବ, ସାମ୍ପ୍ରଦାୟିକତାବାଦ ବିରୋଧରେ ସଂଘର୍ଷ ସହ ଦେଶର ମୂଳ ବାସିନ୍ଦା ଆଦିବାସୀ ଦଳିତ ଓ ଚାଷୀ ମାନଙ୍କୁ ତାଙ୍କ ଭିଟାମାଟି ଓ ଫସଲ ଜମିରୁ ଉଚ୍ଛେଦ କରି ଜନଗଣଙ୍କ ଉପରେ ଅତ୍ୟାଚାର ଘଟି ଚାଲିଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଏହି ସକଳ ବର୍ଗଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ସଂଘର୍ଷ ବଜାୟ ରଖିଛି ବୋଲି ସୂଚନା ଦେଇଥିଲେ। ଏହି ସମାବେଶରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଉଦବୋଧନ ଦେଇ ଅଠରତମ କୋରାପୁଟ ଜିଲ୍ଲା ସମ୍ମିଳନୀର ସଫଳତା କାମନା କରିବା ସହ ଆସନ୍ତା ୪ ରୁ ୬' ସେପ୍ଟେମ୍ବର ପର୍ଯ୍ୟନ୍ତ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ପାର୍ଟିର ୨୪ ରାଜ୍ୟ ସମ୍ମିଳନୀ ଓ ଏହାର ଶତବାର୍ଷିକୀ ସମାରୋହରେ କୋରାପୁଟ ଜିଲ୍ଲା ର ଜନଗଣଙ୍କ ଘରେ ଘରେ ଶ୍ରମିକ କୃଷକ ଛାତ୍ର ଯୁବକଙ୍କ ସଂଘର୍ଷ ବାର୍ତ୍ତା ପହଞ୍ଚାଇବା ସହ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ବରିଷ୍ଠ ନେତା ରାମକୃଷ୍ଣ ଦାସ, ଆଦିବାସୀ ନେତା ବୁଦ୍ରା ବଡନାୟକ, ଯୁବ ନେତା ନନ୍ଦ ହରିଜନ ପ୍ରମୁଖ ବକ୍ତବ୍ୟ ଦେଇ ଚଳିତ ଶତବାର୍ଷିକୀ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଳକ ଓ ସହରାଞ୍ଚଳରେ ପାର୍ଟି ର ଶାଖାକୁ ମଜବୁତ୍ କରିବା ପାଇଁ ସଙ୍କଳ୍ପ ନେଇଥିଲେ। ମାଲକାନଗିରି ଜିଲ୍ଲାର ଶ୍ରମିକ ନେତା ଶ୍ରୀ ମହାନନ୍ଦ ଦୁର୍ଗା ଓ ଯୁବ ନେତା କୁମର ଜାଲିଆ ଖୋଲା ଅଧିବେଶନରେ ସମ୍ମିଳିନୀର ଶୁଭକାମନା କରିଥିଲେ ।

ସଭାର ସଭାପତି ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଥିଲେ ଯେ, ଜମି ଜଳ ଜଙ୍ଗଲର ଅଧିକାର, ବେକାରୀ ସମସ୍ୟା ସମାଧାନ ପାଇଁ, ଦରଦାମ୍ ବୃଦ୍ଧି ବିରୁଦ୍ଧରେ, ସେବା କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ, ମହିଳା ଓ ଛାତ୍ରୀ ମାନଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଲଢିବା ସହ କୋରାପୁଟ ଜିଲ୍ଲାର ଜନ ଦାବି ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲେଇବ । କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜିଲ୍ଲାରେ ତା'ର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ପାର୍ଟି ର ଶତବାର୍ଷିକୀ ସମାବେଶ ଆୟୋଜନ କରିବାକୁ ଘୋଷଣା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande