ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ଧରିକୁଟି
ବସ୍ତିରେ ନବ ବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣା
ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ଛାନଭିନ କରୁଛି । ମୃତକ ହେଉଛନ୍ତି ତୃପ୍ତି ନାୟକ । ଶଶୁର
ଘର ଲୋକେ ଦୀର୍ଘ ଦିନ ହେବ ତୃପ୍ତିଙ୍କୁ ନିର୍ଯାତନା ଦେଇ ଆସୁଥିବା ପରିବାର ଲୋକେ ଅଭିଯୋଗ
କରିଛନ୍ତି । ଝିଅର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତଦେହକୁ ଜବତ କରି ଶବ ବ୍ୟବଛେଦ
ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା