ଧାମନଗରରେ ବିଭିନ୍ନ ମନ୍ଦିର ଚୋରି ଘଟଣାରେ ୩ ଓ ୨ ବ୍ୟାଟେରୀ ଚୋର କୋର୍ଟ ଚାଲାଣ, ତଥ୍ୟ ଲୁଚାଇଲେ ଭଣ୍ଡାରିପୋଖରୀ ଥାନା ବାବୁ
ଭଦ୍ରକ, ୧୦ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ,ସେଣ୍ଡପୁର , ବେଦପୁର , ଖଡ଼ିପଦା ଓ ଭଣ୍ଡାରିପୋଖରୀ ରେ କେତେକ ସ୍ଥାନରେ ମନ୍ଦୀର ରୁ ଚୋରି ହୋଇଥିଲା। ଧାମନଗର ଥାନା ଅଧିକାରି ଗୋପାଳ ଜେନା ଓ ଭଣ୍ଡାରି ପୋଖରୀ ଥାନା ଅଧିକାରି କମଳା କାନ୍ତ ଦାସ ଙ୍କ ମିଳିତ ଭାବେ ଚଡାଉ କରିଥିଲେ । ତେବ
DHAMNAGAR MANDIRA CHORI CASE


ଭଦ୍ରକ, ୧୦ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ,ସେଣ୍ଡପୁର , ବେଦପୁର , ଖଡ଼ିପଦା ଓ ଭଣ୍ଡାରିପୋଖରୀ ରେ କେତେକ ସ୍ଥାନରେ ମନ୍ଦୀର ରୁ ଚୋରି ହୋଇଥିଲା। ଧାମନଗର ଥାନା ଅଧିକାରି ଗୋପାଳ ଜେନା ଓ ଭଣ୍ଡାରି ପୋଖରୀ ଥାନା ଅଧିକାରି କମଳା କାନ୍ତ ଦାସ ଙ୍କ ମିଳିତ ଭାବେ ଚଡାଉ କରିଥିଲେ । ତେବେ ଏ ନେଇ ଧାମନଗର ଥାନା ରେ କେସ ନମ୍ୱର ୨୮୨/୨୫ ମାମଲା ରୁଜୁ କରି ୩ ଜଣ କୁ ଗିରଫ କରା ଯାଇ ସେମାନଙ୍କୁ ଠାରୁ ଅଧିକ ତଥ୍ୟ ଆଦାୟ ପାଇଁ ନାମ ଗୁପ୍ତ ରଖା ଯାଇଛି। କେସ ନମ୍ବର ୨୮୭/୨୫ ରେ ବେଟେରି ଚୋରି ରେ ମିର ସବିର ଓ ସେକ କଲିମି କୁ ଗିରଫ କରାଯାଇ କୋର୍ଟଚାଲାଣ କରା ଯାଇଚି। ମାତ୍ର ମନ୍ଦିର ଚୋରି ଘଟଣା ବିପୁଳ ଦେବା ଦେବୀ ଙ୍କ ପୂଜା ସାମଗ୍ରି ସହିତ ପିତଳ ସାମଗ୍ରି ପୋଲିସ ଜବତ କରିଥିବା ବେଳେ ପ୍ରେସମିଟିକରି ତଥ୍ୟ ଓ ଚୋରି ସାମଗ୍ରି ତଥ୍ୟ ଦିଆଯିବ ବୋଲି ତଦନ୍ତ କରୁଥିବା ଭଣ୍ଡାରିପୋଖରୀ ଥାନା ଅଧିକାରି କମଳାକାନ୍ତ ଦାଶ କହିଥିଲେ। ହେଲେ ଶନିବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବାବେଳେ । ଶ୍ରୀ ଦାସ ସାମ୍ବାଦିକ ଙ୍କୁ କୌଣସି ସୂଚନା ନ ଦେଇ ଭଣ୍ଡାରିପୋଖରୀ ପଳାଇଥିଲେ। ଏ ଦିଗରେ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠି ଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ କୁହା ଯାଇଥିଲା ସୁଚନା ଦେବା ପାଇଁ । ତେବେ ଥାନା ଅଧିକାରୀ ସୁଚନା ନ ଦେବା କାରଣ ସାଧାରଣ ରେ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande