ପିଇବା ପାଣି ପାଇଁ ଡହଳ ବିକଳ ଗମ୍ଭାରିଆ କେନ୍ଦୁଘୁଟୁ ସାହିବାସୀ
ଚମ୍ପୁଆ, ୧୦ ଅଗଷ୍ଟ (ହି.ସ.) - ନଳ କୂପ ରେ କାଦୁଅ ପାଣି ବାହାରୁଥିବାରୁ ମୁନ୍ଦାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ସାହିବାସୀ। ଏହା ସହିତ ବସୁଧା ଯୋଜନାରେ ଘରକୁ ଘର ସଂଯୋଗ ହୋଇଥିବା ପାଣି ପାଇପରେ ମଧ୍ୟ ସାତ ଆଠ ଦିନରେ ଥରେ ପାଣି ଆସୁଥିବାରୁ ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସ
ପିଇବା ପାଣି ପାଇଁ ଡହଳ ବିକଳ ଗମ୍ଭାରିଆ କେନ୍ଦୁଘୁଟୁ ସାହିବାସୀ


ଚମ୍ପୁଆ, ୧୦ ଅଗଷ୍ଟ (ହି.ସ.) - ନଳ କୂପ ରେ କାଦୁଅ ପାଣି ବାହାରୁଥିବାରୁ ମୁନ୍ଦାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ସାହିବାସୀ। ଏହା ସହିତ ବସୁଧା ଯୋଜନାରେ ଘରକୁ ଘର ସଂଯୋଗ ହୋଇଥିବା ପାଣି ପାଇପରେ ମଧ୍ୟ ସାତ ଆଠ ଦିନରେ ଥରେ ପାଣି ଆସୁଥିବାରୁ ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାହି ରେ ଥିବା ଏକମାତ୍ର ନଳକୂପରୁ କାଦୁଅ ପାଣି ବାହାରୁଥିବାରୁ ପିଇବା ପାଣି ସାହିବାସୀଙ୍କୁ ୩ ରୁ ୪ କିଲୋମିଟର ଯାଇ ସଂଗ୍ରହ କରିବାକୁ ପଡୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ। ସୂଚନା ଅନୁଯାୟୀ, ଓଡ଼ିଶାର ଭାତ ହାଣ୍ଡି ବୋଲାଉଥିବା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଳକ୍ ବଡ଼ନଇ ଗ୍ରାମ ପଂଚାୟତ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମର କେନ୍ଦୁଘୁଟୁ ସାହି। ଏହି କେନ୍ଦୁଘୁଟୁ ସାହିରେ ତିରିଶରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକ ମାତ୍ର ନଳକୂପ ହିଁ ତାଙ୍କର ସାହା ଭରସା। ମାତ୍ର ଉକ୍ତ ନଳକୂପଟି ଦୀର୍ଘ ଦିନରୁ ଅଚଳ ହୋଇ ପଡ଼ିଥିବାରୁ ତାହା ସାହି ବାସୀଙ୍କ କାମରେ ଲାଗି ପାରୁ ନଥିଲା । ଏବେ ଯଦିଓ ନଳକୂପ ଟି ମରାମତି କରାଯାଇଛି ସେଥିରୁ କାଦୁଅ ପାଣି ବାହାରୁ ଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇ ନ ଥିଲେ ମଧ୍ୟ ସାହିବାସୀ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଏହି କାଦୁଅ ପାଣି କୁ ବ୍ୟବହାର କରୁଛନ୍ତି। ଏହା ସହିତ ଗ୍ରାମରେ ପାଇପ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ବସୁଧା ଯୋଜନାରେ ଘରକୁ ଘର ଷ୍ଟାଣ୍ଡପୋଷ୍ଟ ଲାଗିଥିଲେ ମଧ୍ୟ ପାଇପ ଯୋଗେ ଆସୁଥିବା ପାଣି ମଧ୍ୟ ସାତ ଆଠ ଦିନରେ ଥରେ ଲେଖାଏଁ ଆସୁଥିବାରୁ ସାହି ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିବାସୀ ପାଣି ସମସ୍ୟା ନେଇ ପଂଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କାରିଥିଲେ ମଧ୍ୟ କେହି ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ନ ଥିବା ଅତି କ୍ଷୋଭ ର ସହ କହିଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅତି ଶୀଘ୍ର ନୂତନ ନଳକୂପ ସହିତ ବସୁଧା ଯୋଜନାରେ ପ୍ରତ୍ୟେକ ଦିନ ପାଇପ ପାଣି ଛାଡ଼ିବାକୁ ସାହିବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande