ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ନିରାକରଣ ଅଭିଯାନ
ସୁବର୍ଣ୍ଣପୁର, ୧୦ ଅଗଷ୍ଟ (ହି.ସ.)- ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ନିରାକରଣ ଅଭିଯାନ ଓ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧ
ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ନିରାକରଣ ଅଭିଯାନ ଅଦ୍ୟ ତା ୧୦.୦୮.୨୦୨୫ ଠାରୁ ୧୯.୦୮.୨୦୨୫ ରିଖ ପଯ୍ୟନ୍ତ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅନ୍ତର୍ଡା ସ୍ଥିତ ପି.ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟରୁ ଶୁଭାରମ୍ଭ।


ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ନିରାକରଣ ଅଭିଯାନ ଅଦ୍ୟ ତା ୧୦.୦୮.୨୦୨୫ ଠାରୁ ୧୯.୦୮.୨୦୨୫ ରିଖ ପଯ୍ୟନ୍ତ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅନ୍ତର୍ଡା ସ୍ଥିତ ପି.ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟରୁ ଶୁଭାରମ୍ଭ।


ସୁବର୍ଣ୍ଣପୁର, ୧୦ ଅଗଷ୍ଟ (ହି.ସ.)- ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ନିରାକରଣ ଅଭିଯାନ ଓ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀମତି ଉଷାରାଣୀ ଦାସଙ୍କ ଦ୍ଵାରା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅନ୍ତର୍ଡା ସ୍ଥିତ ପି.ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟରୁ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ତ୍ରିବିକ୍ରମ ପାଣ୍ଡିଆ, ଅନ୍ତାର୍ଡା ପି.ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ, ବିକ୍ରମ କେଶରୀ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର ଅଚ୍ୟୁତାନନ୍ଦ ସିଂହ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀ, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ଅଧିକାରୀ ଓ କର୍ମଚାରୀ ବୃନ୍ଦ ତଥା ନବୋଦୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ଦ୍ୱୟ ଫାଇଲେରିଆ ରୋଗର କାରଣ, ସଂକ୍ରମଣ, ପ୍ରତିଷେଧକ, ନିରାକରଣ ଓ ସାମୁହିକ ଔଷଧ ସେବନ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିଶଦ ଭାବରେ ଅବଗତ କରିଥିଲେ। ଅତିଥି ମାନେ ସର୍ବପ୍ରଥମେ ନିଜେ ଔଷଧ ସେବନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଔଷଧ ସେବନ କରାଇଥିଲେ ଓ ଏହି ଔଷଧ ସେବନର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ବିଷୟ ସମସ୍ତଙ୍କୁ ଜଣାଇ ଥିଲେ। ଏହି ଅବସରରେ ଅତିଥି ମାନେ ପରାମର୍ଶ ଦେଇଥିଲେ ଯେ, ନିଜେ ଔଷଧ ସେବନ କରିବା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କୁ ଔଷଧ ସେବନ କରାଇବେ, ଫଳରେ ଫାଇଲେରିଆ ରୋଗର ନିରାକରଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ଅଦ୍ୟ ତା ୧୦.୦୮.୨୦୨୫ ଠାରୁ ୧୯.୦୮.୨୦୨୫ ରିଖ ପଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଓ ବିନିକା ପଞ୍ଚାୟତ ସମିତିର ଗ୍ରାମାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ସହରାଞ୍ଚଳ ଯଥା ସୋନପୁର ପୌର ପରିଷଦ, ତରଭା ଓ ବିନିକା ବିଜ୍ଞାପିତ ଅଞ୍ଚଳ, ସୋନପୁର, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ପଞ୍ଚାୟତ ସମିତି ଅଞ୍ଚଳର ସମସ୍ତ ଗ୍ରାମର ପ୍ରତ୍ୟେକ ପରିବାରର ସମସ୍ତ ଯୋଗ୍ୟ ଜନସାଧାରଣଙ୍କୁ ପ୍ରଶିକ୍ଷିତ ଡ୍ରଗ ପ୍ରଶାସକ ମାନଙ୍କ ଦ୍ଵାରା ଫାଇଲେରିଆ ଔଷଧ ସେବନ କରାଯିବ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅଧିକାରୀ, ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ, ସୁବର୍ଣ୍ଣପୁର, ଜାକବ କିମସନ୍ ପ୍ରଧାନ ପରିଚାଳନା କରିଥିଲେ। ପରେ ପରେ ତରଭା ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ୱାର୍ଡ ସଂଖ୍ୟା ୧୧ (ଏଗାର) ଅନ୍ତର୍ଡ଼ା ଠାରେ ତରଭା ବିଜ୍ଞାପିତ ପରିଷଦର ୱାର୍ଡ ସଂଖ୍ୟା ୧୧ ର ସଭ୍ୟା ଶ୍ରୀମତି ସୁଜାତା ରଥଙ୍କ ଉପସ୍ଥିତିରେ ଅତିଥି ମାନଙ୍କ ଦ୍ଵାରା ଅନ୍ତର୍ଡ। ପ୍ରହରୀ ମଣ୍ଡପ ଠାରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଫାଇଲେରିଆ ଔଷଧ ସେବନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande