ସୁବର୍ଣ୍ଣପୁର, ୧୦ ଅଗଷ୍ଟ (ହି.ସ.)- ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅବସରରେ ଗତକାଲି ପୂର୍ବାହ୍ନରେ ସୋନପୁର ସହରସ୍ଥିତ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାପରେ ପୂର୍ବାହ୍ନରେ ୧୦ଟା ୩୦ ସମୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ - ୨୦୨୫ ପାଳନ ଅବସରରେ ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା। ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବରେ ଡ. ନୃପରାଜ ସାହୁ, ଜିଲାପାଳ, ସୁବର୍ଣ୍ଣପୁର, ମୁଖ୍ୟବକ୍ତା ଭାବରେ ଡ. ଶରତ ଚନ୍ଦ୍ର ପତି, ଓଡ଼ିଆ ବିଭାଗ ମୁଖ୍ୟ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ଓ ଡ. ପୁରୁଷୋତ୍ତମ ମିଶ୍ର, ଅଧ୍ୟକ୍ଷ, ପିପୁଲସ୍ କଲେଜ, ବୁଗୁଡ଼ା, ଗଞ୍ଜାମ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ତାଙ୍କ କାବ୍ୟ, କବିତା ଓ ଅନ୍ୟ ସାହିତ୍ୟିକ କୃତି ଉପରେ ସ୍ମୃତିଚାରଣ କରିଥିଲେ। ଏହି ସାରସ୍ୱତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟିକ, କବି, ଲେଖକ, ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ର ଛାତ୍ରୀମାନଙ୍କୁ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଏହି ଜୟନ୍ତୀ ଉତ୍ସବ ପାଳନ ପାଇଁ ମହାନଦୀ ସାହିତ୍ୟ ସଂସଦ ର ସଭାପତି, ସୌରଭ ରଞ୍ଜନ ଖମାରୀ, ସାରସ୍ୱତ ସଭାରେ ସଭାପତିତ୍ବ କରିଥିବା ବେଳେ ଓ ସାଧାରଣ ସମ୍ପାଦକ, ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିଲେ । ଶେଷରେ ମହାନଦୀ ସାହିତ୍ୟ ସଂସଦର ସହ- ସମ୍ପାଦକ ଶ୍ରୀ ବ୍ରତାନନ୍ଦ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ