ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ର
ବଲାଙ୍ଗିର, 10 ଅଗଷ୍ଟ (ହି.ସ.) ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିସମୂହରେ “ବସୁଧୈବ କୁଟୁମ୍ବକମ୍”ର ଭାବନା ଅନନ୍ତ କାଳ ଯାଏଁ ଆମକୁ ପଥ ପ୍ରଦର୍ଶନ କରିବ, ଏଥିରେ ସନ୍ଦେହ ନାହିଁ । ତାଙ୍କ କାବ୍ୟକବିତାର ଭାବଧାରା ଓ ତହିଁରେ ନିହିତ ଗଭୀର ଜୀବନ ଦର୍ଶନ ଯୁଗ ଯୁଗ ଧରି ମାନବ ଜାତିକୁ ପ୍ରେରଣା ଦେଇଆସୁଥିବ । ବଲାଙ
ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ର


ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ର


ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ର


ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ର


ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ର


ବଲାଙ୍ଗିର, 10 ଅଗଷ୍ଟ (ହି.ସ.)

ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିସମୂହରେ “ବସୁଧୈବ କୁଟୁମ୍ବକମ୍”ର ଭାବନା ଅନନ୍ତ କାଳ ଯାଏଁ ଆମକୁ ପଥ ପ୍ରଦର୍ଶନ କରିବ, ଏଥିରେ ସନ୍ଦେହ ନାହିଁ । ତାଙ୍କ କାବ୍ୟକବିତାର ଭାବଧାରା ଓ ତହିଁରେ ନିହିତ ଗଭୀର ଜୀବନ ଦର୍ଶନ ଯୁଗ ଯୁଗ ଧରି ମାନବ ଜାତିକୁ ପ୍ରେରଣା ଦେଇଆସୁଥିବ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ତରଫରୁ ଆୟୋଜିତ ‘ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ଶୀର୍ଷକ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ‘ରଚନା’ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅତିଥି ବକ୍ତା ଭାବରେ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦନଭାଟିର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ଯୋଗଦେଇ ଗଙ୍ଗାଧର ସାହିତ୍ୟର ବିଭିନ୍ନ ଦିଗ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଆରମ୍ଭରେ ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ପରେ ବଲାଙ୍ଗିର ସହରର ଆଠଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରୋନିତ ମିଶ୍ର, ଦମୟନ୍ତୀ ଖୁଆସ, ଇଚ୍ଛାମୟ ମିଶ୍ର, ଶୁଭମ ପଟେଲ, ଚାନ୍ଦନୀ ଧରେଇ, ଏଞ୍ଜେଲ ଗଡ଼ତ୍ୟା, ବିନ୍ଦିଆ ବେହେରା ଓ ଶତରୂପା ପାଣିଗ୍ରାହୀ “ମୋ ଦୃଷ୍ଟିରେ କବି ଗଙ୍ଗାଧର” ବିଷୟରେ ନିଜ ନିଜ ବକ୍ତବ୍ୟରେ ଗଙ୍ଗାଧରଙ୍କ ଜୀବନ ଓ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ‘ରଚନା’ ତରଫରୁ ପ୍ରତ୍ୟେକ ଛାତ୍ରଛାତ୍ରୀ-ବକ୍ତାଙ୍କୁ “ଗଙ୍ଗାଧର ଗ୍ରନ୍ଥାବଳୀ” ପୁସ୍ତକ ଉପହାର ଦିଆଯାଇଥିଲା । କବି ବନ୍ଦନା ପଟ୍ଟନାୟକ କାର୍ୟ୍ୟକ୍ରମର ସଂଯୋଜନା ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଗଙ୍ଗାଧର ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ବକ୍ତାଙ୍କୁ ଉତ୍ସାହିତ କରିବା ସହିତ ‘ରଚନା’ର ଏଭଳି ଅଭିନବ କାର୍ୟ୍ୟକ୍ରମର ପ୍ରଶଂସା କରିବା ଲକ୍ଷ୍ୟ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande