ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ସହ ଯନ୍ତ୍ରପାତି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ସଚେତନ ନାଗରିକ କମିଟି ତରଫରୁ ୫ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି । କମିଟିର ସମ୍ପାଦକ ଅକ୍ଷୟ କୁମାର ସାହୁ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ସ୍ଥିତ ଜିଲା
ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ସହ ଯନ୍ତ୍ରପାତି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ସଚେତନ ନାଗରିକ କମିଟି ତରଫରୁ ୫ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି । କମିଟିର ସମ୍ପାଦକ ଅକ୍ଷୟ କୁମାର ସାହୁ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଲଟ୍ରାସାଉଣ୍ଡର ଯନ୍ତ୍ରପାତିର ବ୍ୟବସ୍ଥା କରିବା, ଗର୍ଭବତି ଓ ପ୍ରସୂତି ମହିଳାଙ୍କ ପାଇ ରହିଥିବା ବେଳେ ସାଧାରଣ ଲୋକଙ୍କ ପାଇ ଆଲଟ୍ରାସାଉଣ୍ଡର ବ୍ୟବସ୍ଥା କରାଯାଉ, ଜିଲା ଚିକିତ୍ସାଳୟରେ ରୋଡିଓ ଲୋଜିଷ୍ଟ, ସୋନୋ ଲୋଜିଷ୍ଟ, ହୃଦରୋଗ, ଅସ୍ଥି ବିଶେଷଜ୍ଞ ନାହାଁନ୍ତି ତୁରନ୍ତ ବିଶେଷଜ୍ଞ ନିଯୁକ୍ତି କରିବାକୁ ଦାବି କରାଯାଇଛି । ୧୬୬ଟି ମଞ୍ଜୁର ଡାକ୍ତରି ପଦବୀରୁ ମାତ୍ର୫୩ ଟି ଡାକ୍ତର ଅଛନ୍ତି । ଏକ ତୃତିୟାଂଶ ଠାରୁ ବି କମ୍ ଡାକ୍ତର ଅଛନ୍ତି । ତେଣୁ ଜିଲା ଚିକିତ୍ସାଳୟ ଉପରେ ୩୦ ଲକ୍ଷ ଲୋକ ନିର୍ଭର କରୁଥିବା ବେଳେ ଯାହାକି ଡାକ୍ତର ସମସ୍ୟା ଦେଖାଯାଇଛି । ତେଣୁ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି । ଆଇସିୟୁ ବେଡର ବ୍ୟବସ୍ଥା କରାଯାଉ ଆଦି ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ମାଝୀ ଦାବିପତ୍ର ଗ୍ରହଣ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande