ନିଶା ପାଇଁ ଜିଲ୍ଲାରେ କଫ ସିରପର ବନ୍ଯା, ଚୋରା ଚାଲାଣ ରୋକିବାରେ ଅବକାରୀ ବିଭାଗର ବିଫଳ
ନିଶା ପାଇଁ ଜିଲ୍ଲାରେ କଫ ସିରପର ବନ୍ଯା, ଚୋରା ଚାଲାଣ ରୋକିବାରେ ଅବକାରୀ ବିଭାଗର ବିଫଳ
ନିଶା ପାଇଁ ଜିଲ୍ଲାରେ କଫ ସିରପର ବନ୍ଯା, ଚୋରା ଚାଲାଣ ରୋକିବାରେ ଅବକାରୀ ବିଭାଗର ବିଫଳ


ନିଶା ପାଇଁ ଜିଲ୍ଲାରେ କଫ ସିରପର ବନ୍ଯା, ଚୋରା ଚାଲାଣ ରୋକିବାରେ ଅବକାରୀ ବିଭାଗର ବିଫଳ


ନିଶା ପାଇଁ ଜିଲ୍ଲାରେ କଫ ସିରପର ବନ୍ଯା, ଚୋରା ଚାଲାଣ ରୋକିବାରେ ଅବକାରୀ ବିଭାଗର ବିଫଳ


ସମ୍ବଲପୁର, ୧୦ ଅଗଷ୍ଟ (ହି.ସ.) ମଦ, ଗଞ୍ଜେଇ, ଅଫିମ, ଚରସ୍ ହେରୋଇନ୍ ଭଳି ମୂଲ୍ୟବାନ ନିଶା ସେବନରୁ ଦୂରେଇ ଏବେ ଯୁବପିଢୀ ଶସ୍ତା ଓ ଗନ୍ଧହୀନ ନିଶା ସେବନ ପାଇଁ କଫ୍ ସିରପକୁ ଆୟୁଧ କରି ଚାଲିଛନ୍ତି । ନିଶା ଭାବେ ଲୋକେ ସେବନ କରୁଥିବାରୁ ଏହାକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ପୋଲିସ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ଯେତେବେଳେ ଅନ୍ଧାରିଆ ଚଢ଼ାଉ କରୁଛି ସେତେବେଳେ ଶହ ଶହ ସଂଖ୍ୟାରେ ନିଶାଯୁକ୍ତ କଫ୍ ସିରପ୍ ଜବତ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୧୨୦ ବୋତଲ ନିଶା କଫସିରପ ଜବତ କରିବା ସହିତ ୭ ଜଣ ଚାଲାଣକାରୀଙ୍କୁ ବାନ୍ଧିଥିବା ଜଣାଯାଇଛି। ଉତ୍ତରାଞ୍ଚଳ ଇଆଇଇବି ୟୁନିଟ ପକ୍ଷରୁ ୨ଟି ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର କଫ ସିରପ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସମ୍ବଲପୁରର ଅଇଁଠାପାଲି ଥାନା ଅଞ୍ଚଳ ଦେଇ ଚାଲାଣ କରୁଥିବା ୩ ଜଣଙ୍କ ଠାରୁ ୭ ଶହ ବୋତଲ ନିଶାମୁକ୍ତ କଫ ସିରପ ପୋଲିସ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି। ଜିଲ୍ଲା ଅବକାରୀ ବିଭାଗର ସୁଚନା ଅନୁଯାୟୀ, ପ୍ରଥମ ଘଟଣାରେ ସମ୍ବଲପୁର – କଟକ ଜାତୀୟ ରାଜପଥର ଧନୁପାଲି ଅଞ୍ଚଳ ଦେଇ କଫ ସିରପ ଚାଲାଣ ଖବର ମିଳିବା ପରେ ବିଭିନ୍ନ ଯାନବାହନ ଯାଞ୍ଚ କରାଯାଇଥିଲା। ଯାଞ୍ଚ୍ ବେଳେ ଯୁଯୁମୁରା ଥାନା ଅନ୍ତର୍ଗତ ହିରୋ ଅଞ୍ଚଳର ଦେବାଶିଷ ଥାପା(୨୩) ଓ ହୀରାକୁଦ ଥାନା ଅଞ୍ଚଳର ନୁଆଗୁଜାତଲ ଅଞ୍ଚଳର ତୁଷାର ଭୋଇ(୧୯)ଙ୍କ ଗାଡ଼ି ଯାଞ୍ଚ ସମୟରେ ସେଥିରୁ ୨୪୦ଟି ନିଶା କଫ ସିରପ ବୋତଲ ୩ଟି ଜରି ବସ୍ତାରୁ ଜବତ କରାଯାଇଥିଲା । ସେହିଭଳି ଅଇଁଠାପାଲି ବସଷ୍ଟାଣ୍ଡ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ଏକ ସ୍କୁଟିକୁ ଯାଞ୍ଚ କରାଯିବାରେ ଦୁଇଟି ମୋବାଇଲ ସହ ୧୮୦ ବୋତଲ କଫ ସିରପ ଜବତ୍ କରାଯାଇଥିଲା । ଅଭିଯୁକ୍ତ ସାହୁ କଲୋନୀର ତନ୍ମୟ ନାଏକ (୨୨) ଓ ମୁଦିପଡା ଦେଉଳବନ୍ଧ ଅଞ୍ଚଳର କୈଶଳ ମଲ୍ଲିକ (୨୨)କୁ ଗିରଫ କରାଯାଇଛି । ସେହିପରି ଅଇଁଠାପାଲି ଉପର ଛକଠାରେ ଚଢ଼ାଉ କରାଯାଇ ଚାଲାଣ ଅପେକ୍ଷାରେ ଥିବା ୭୦୦ ବୋତଲ ନିଶା କଫସିରପ ଜବତ କରାଯାଇଛି। ଏହି ଘଟଣାରେ ମାନେଶ୍ୱର କଣ୍ଟେଇପାଲି ଅଞ୍ଚଳର ମହମ୍ମଦ ସୋନୁ ଓରଫ ୟୁନୁସ (୩୧), ସୋମନାଥ ପ୍ରଧାନ (୩୪) ଓ ଚନ୍ଦ୍ରଶେଖର କୁମ୍ଭାର (୨୪)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ କଫ୍ ସିରଫ୍ ଜବତ କରିବାରେ ପୋଲିସ ବା ଅବକାରୀ ବିଭାଗର ଦକ୍ଷତାର ଆବଶ୍ୟକତା ନାହିଁ, ଲୋକଙ୍କୁ କେଉଁ ଭଳି ସଚେତନ କରାଇ ବିଶେଷ ଭାବରେ ଯୁବ ସମାଜକୁ ଏହା କବଳରୁ କିପରି ଦୂରେଇ ଦିଆଯାଇପାରିବ ତାହାହିଁ ବୁଦ୍ଧିଜୀବୀ ମହଲରେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande