କେନ୍ଦୁଝର, ୧୦ ଅଗଷ୍ଟ (ହି.ସ.)- ସଦର ମହକୁମା ଶିରିଶପାଳରେ ଘଟିଛି ଅଘଟଣ। ଆଜି ଅପରାହ୍ନରେ ସୌନ୍ଦର୍ଯ୍ୟଭରା ଡ଼୍ୟାମକୁ ଗାଧୋଇବାକୁ ତିନି ସାଙ୍ଗ ଯାଇଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତିନି ଜଣଙ୍କ ଘର ସ୍ଥାନୀୟ ପୁରୁଣା ବଜାର ଦାନ୍ତୁଆଣି ସାହିରେ ବୋଲି ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA