ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ମୃତ୍ୟୁ ମାମଲା : ପ୍ରେମିକ ଗିରଫ, ଝିଅର ବାପା ମାଙ୍କ ନାମରେ ପାଲଟା ଅଭିଯୋଗ
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କାଠିଆପଡ଼ାର କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଛି। ଘଟଣାର ଚାରିଦିନ ପରେ ପୀଡ଼ିତା ଙ୍କ ବାପା ଶଶିକାନ୍ତ ପରିଡ଼ା ଝିଅର ପୁରୁଷ ବନ୍ଧୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କ ନାମରେ ଏତଲା କରିଛନ୍ତ
ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ମୃତ୍ୟୁ ମାମଲା : ପ୍ରେମିକ ଗିରଫ, ଝିଅର ବାପା ମାଙ୍କ ନାମରେ ପାଲଟା ଅଭିଯୋଗ


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କାଠିଆପଡ଼ାର କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଛି। ଘଟଣାର ଚାରିଦିନ ପରେ ପୀଡ଼ିତା ଙ୍କ ବାପା ଶଶିକାନ୍ତ ପରିଡ଼ା ଝିଅର ପୁରୁଷ ବନ୍ଧୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କ ନାମରେ ଏତଲା କରିଛନ୍ତି। ଏତଲା ଆଧାରରେଦଫା ୨୯୬(ଗାଳିଦେବା) ୭୫ ଯୌନ ନିର୍ଯ୍ୟାତନା, ୭୮(ପିଛା କରିବା)୧୦୮(ମୃତ୍ୟୁ ପାଇଁ ପ୍ରବତାଇବା)୨୮୪/୨୫ ରୁଜୁ କରିଛି। ପୁର୍ବରୁ ଗତ ୬ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ପାଇଁ ଯେଉଁ ଏତଲା ଦିଆଯାଇ ଥିଲାସେଥିରେ କାହା ନାମ ଉଲ୍ଲେଖ ନଥିଲା । ଆଜି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ମାମଲା ରୁଜୁ କରି ପୁରୁଷ ବନ୍ଧୁ କୁ ଗିରଫ କରି ମୋବାଇଲ ଜବତ କରିଛି। ମୋବାଇଲିରୁ ଅଭିଯୁକ୍ତ ପୁରୁଷ ବନ୍ଧୁ ମୋବାଇଲ୍‌ରୁ ଏକାଧିକ ଅଶ୍ଳୀଳ ଭିଡିଓ ମିଳିଛି। କଲ ଡିଟେଲ୍ସରୁ କଲେଜ୍ ଛାତ୍ରୀ ମୃତ୍ୟୁର ପୂର୍ବଦିନ ଦିନ କଥା ହୋଇଥିଲେ ଓ ଘଟଣା ଘଟିବା କିଛି ସମୟ ପୁର୍ବରୁ ସକାଳ ୭ଟା ୩୦ରେ ଛାତ୍ରୀ ଙ୍କ ସହିତ କଥା ହୋଇଥିଲେ ଅଭିଯୁକ୍ତ। ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ନେଇ ପ୍ରମାଣ ମିଳିଛି। ପୋଲିସ ଯୁବକକୁ ଗିରଫ କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରପକ୍ଷ ରେ ପୁରୁଷ ବନ୍ଧୁ ପ୍ରମୋଦର ବାପା ଗଣେଶ୍ୱର ବେହେରା ମୃତ କଲେଜ ଛାତ୍ରୀଙ୍କ ବାପା ମାଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ତାଙ୍କ ପୁଅ ପ୍ରମୋଦ କଲେଜ ଛାତ୍ରୀଙ୍କୁ ପ୍ରେମ କରୁଥିବା ଓ ବିବାହ କରିବାକୁ ଇଚ୍ଛୁକ ଥିଲେ ମଧ୍ୟ ଏଥିରେ ଉତକ୍ଷିପ୍ତ ହୋଇ ଝିଅର ବାପା ମା ତାକୁ ନିର୍ଯ୍ୟାତନା ଦେବା ସହ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ମୃତ୍ୟୁର ପୂର୍ବଦିନ ଛାତ୍ରୀଙ୍କୁ ପ୍ରମୋଦ ୬ଥର କଲ ଓ ମେସେଜ କରିଥିବା ଏସପି ସୂଚନା ଦେଇଛନ୍ତି । ଅଧିକ ଯାଂଚ ପାଇଁ ତାଙ୍କ ମୋବାଇଲ କୁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି ଏସପି ସିର୍ଦ୍ଧାର୍ଥ କଟାରିଆ ସୂଚନା ଦେବା ସହ ଗିରଫ ପ୍ରମୋଦ କୁ କୋର୍ଟ ଚାଲାଣ କରିଥିା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande