ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ଘଟଣା : ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଗିରଫ : ବାପା ମାଙ୍କୁ ପୋଲିସର ଜେରା
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ (ହି.ସ.)- ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ଘଟଣାରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାକୁ ଗିରଫ କରିଛି ପୋଲିସ । ଘଟଣାର ୫ ଦିନ ପରେ ପୋଲିସ ପ୍ରମୋଦକୁ ଗିରଫ କରିଛି । ମାମଲାରେ ପୂର୍ବରୁ ପ୍ରମୋଦକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ତେବେ ପୋଲିସ ପକ୍ଷ
ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ଘଟଣା : ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଗିରଫ : ବାପା ମାଙ୍କୁ ପୋଲିସର ଜେରା


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ (ହି.ସ.)- ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ଘଟଣାରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାକୁ ଗିରଫ କରିଛି ପୋଲିସ । ଘଟଣାର ୫ ଦିନ ପରେ ପୋଲିସ ପ୍ରମୋଦକୁ ଗିରଫ କରିଛି । ମାମଲାରେ ପୂର୍ବରୁ ପ୍ରମୋଦକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ତେବେ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

ଘଟଣାରୁ ପ୍ରକାଶ ଯେ, ଗତ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଚଂଳ ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମରେ ଏହି ଅଘଟଣ ଘଟିଥିଲା । ଛାତ୍ରୀ ଜଣକ ସନ୍ଦେହଜନକ ଭାବେ ପୋଡିହୋଇ ମୃତ୍ୟୁବରଣ କରିଥିଲେ । ଘଟଣାର ତିନି ଦିନ ପରେ କେନ୍ଦ୍ରାପଡ଼ା ପୋଲିସ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦକୁ ଚେନ୍ନାଇରୁ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଥିଲା । ତେବେ ଗତକାଲି ମୃତା ଛାତ୍ରୀଙ୍କ ବାପା ଦାଖଲ କରିଥିବା ଅଭିଯୋଗ ପତ୍ରରେ ପ୍ରମୋଦକୁ ଅଭିଯୁକ୍ତ ଦର୍ଶାଇଥିବାରୁ ପୋଲିସ ପ୍ରମୋଦକୁ ଗିରଫ କରି ତଦନ୍ତ ଜାରି ରଖିଛି । ଇତିମଧ୍ୟରେ ସାଇଂଟିଫିକ୍ ଟିମ୍ ଓ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ ମୃତା ଛାତ୍ରୀଙ୍କ ବାପାମାଙ୍କୁ ଏ ସମ୍ପର୍କରେ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande