ଦୀର୍ଘ ଆଠ ଦିନ ହେଲା ଜିଲ୍ଲାରେ ଡାକ ସେବା ଅଚଳ
ଜୟପୁର, ୧୦ ଅଗଷ୍ଟ (ହି.ସ.)- ଡାକ ଘରେ ନୂତନ ସଫ୍ଟୱେର ସ୍ଥାପନ ପାଇଁ ଦୀର୍ଘ ଆଠ ଦିନ ହେଲା ଜିଲ୍ଲାରେ ଡାକ ସେବା ଠପ ହୋଇଯାଇଛି । ଗ୍ରାହକ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାଇ ନିକଟକୁ ପଠାଇ ଥିବା ଭଉଣୀଙ୍କ ହଜାର ହଜାର ରାକ୍ଷୀ ପଡି ରହିଛି ଡାକ ଘରେ । ଚଳିତ ମାସ ପହିଲାରୁ କୋରାପୁଟ ଡାକ ଡିଭିଜନ ଅଧ
ଦୀର୍ଘ ଆଠ ଦିନ ହେଲା ଜିଲ୍ଲାରେ ଡାକ ସେବା ଅଚଳ


ଜୟପୁର, ୧୦ ଅଗଷ୍ଟ (ହି.ସ.)- ଡାକ ଘରେ ନୂତନ ସଫ୍ଟୱେର ସ୍ଥାପନ ପାଇଁ ଦୀର୍ଘ ଆଠ ଦିନ ହେଲା ଜିଲ୍ଲାରେ ଡାକ ସେବା ଠପ ହୋଇଯାଇଛି । ଗ୍ରାହକ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାଇ ନିକଟକୁ ପଠାଇ ଥିବା ଭଉଣୀଙ୍କ ହଜାର ହଜାର ରାକ୍ଷୀ ପଡି ରହିଛି ଡାକ ଘରେ । ଚଳିତ ମାସ ପହିଲାରୁ କୋରାପୁଟ ଡାକ ଡିଭିଜନ ଅଧିନରେ ମାଲକାନଗିରି ଜିଲା, କୋରାପୁଟ ଜିଲା ଓ ନବରଙ୍ଗପୁର ଜିଲାରେ ଥିବା ୨ଟି ମୁଖ୍ୟ ଡାକଘର, ୬୬ଟି ଉପ ଡାକଘର, ୫୬୨ ଶାଖା ଡାକ ଘରେ ଡାକ ସେବା ବନ୍ଦ ରହିଛି । କୋରାପୁଟ ଡିଭିଜନ ଅଧିନରେ ଥିବା ପ୍ରଧାନ ଡାକଘର, ସମସ୍ତ ଉପ-ଡାକଘର ସହ ତାଙ୍କ ଅଧିନସ୍ଥ ସମସ୍ତ ଶାଖା ଡାକଘର ଦୀର୍ଘ ୮ଦିନ ହେଲା ଅଚଳ ହୋଇଯାଇଛି । ଏହି ସବୁ ପୋଷ୍ଟ ଅଫିସରେ ପୂର୍ବରୁ ଲାଗିଥିବା କମ୍ପୁଟର ସଫ୍ଟୱେର ଅଚଳ ହୋଇପଡିଛି । ଫଳରେ ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଭିନ୍ନକ୍ଷମ ଭତା, ପିଏମ କିଷାନ, ସୁଭଦ୍ରା ଯୋଜନା, ଏନଆରଇଜିଏସ, ଶୁକନ୍ୟା,ସ୍ପଡ଼ି ପୋଷ୍ଟ, ପାର୍ସଲ, ରେଜିଷ୍ଟ୍ରିପୋଷ୍ଟ, ଏସବି, ଆରଡ଼ି, କୌଣସି ସେଭିଂ ଏକାଉଣ୍ଟ୍ ଠାରୁ ଚିଠି ପତ୍ର ପ୍ରେରଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି । ଚଳିତ ମାସ ବିଭିନ୍ନ ପର୍ବପର୍ବାଣୀ, ଯାନିଯାତ୍ରା ଓ ରକ୍ଷା ବନ୍ଧନ ଥିବାବେଳେ ପୋଷ୍ଟାଲ କାର୍ଯ୍ୟ ଅଚଳ ହୋଇଯାଇଥିବାରୁ ଉପଭୋକ୍ତା ଓ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଶେଷ କରି ଭଉଣୀ ମାନେ ଦୂର ଦୁରାନ୍ତରେ ଥିବା ଭାଇଙ୍କ ପାଇଁ ରେଜିଷ୍ଟ୍ରି ପୋଷ୍ଟ, ସ୍ପିଡ଼ ପୋଷ୍ଟ ମାଧ୍ୟମରେ ରାକ୍ଷୀ ପଠାଇଥିଲେ । ହଜାର ହଜାର ସଂଖ୍ୟାରେ ରାକ୍ଷୀ ଗୁଡିକ ପୋଷ୍ଟ ଅଫିସ ଗୁଡିକରେ ଅଟକି ରହିଛି । ଚଳିତ ବର୍ଷ ଭଉଣୀଙ୍କ ସ୍ନେହର ରାକ୍ଷୀ ଭାଇ ମାନେ ହାତରେ ବାନ୍ଧି ପାରିବେ ନାହିଁ । ପୋଷ୍ଟ ଅଫିସରେ ସର୍ଭର କାମ କରୁ ନଥିବାରୁ ବୁଢା ବୁଢ଼ୀ ମାନେ ଭତା ଟଙ୍କା ନପାଇ ବହୁତ ଅସୁବିଧା ଭୋଗୁଛନ୍ତି । ଡାକ ସେବା ଅଚଳ ହୋଇଯାଇଥିବାରୁ ଶ୍ରମିକ ମାନେ ସେମାନଙ୍କ ଏମଜିଏନଆରଇଜିଏସ ମଜୁରୀ ଟଙ୍କା ପାଇ ପାରୁ ନାହାନ୍ତି । ଉପଭୋକ୍ତା ମାନେ ଜିଲ୍ଲାରେ ଥିବା ସମସ୍ତ ପୋଷ୍ଟ ଅଫିସକୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ତଥା ସଫ୍ଟୱେର ବ୍ଳକ୍ ଡାଉନ୍ ଥିବା ଶୁଣି ପ୍ରତିଦିନ ଆସି ପୁଣି ଫେରିଯିବା ଆଦି ଅସୁବିଧା ସମ୍ମୁଖୀନ

ହେଉଛନ୍ତି । ଦୀର୍ଘ ଆଠ ଦିନ ହେଲା ଏପରି ଅଚଳାବସ୍ଥା ଜାରି ରହିଛି । ବିଶେଷ କରି ଗାଁ ଗହଳିରେ ଶାଖା ଡାକଘର ଉପଭୋକ୍ତା ମାନେ ଡାକଘର ଉପରେ ହିଁ ନିର୍ଭର କରିଥାନ୍ତି । ଡାକ ଘର କାର୍ଯ୍ୟ ଅଚଳ ହୋଇଥିବାରୁ ସେମାନେ ବହୁତ ଅସୁବିଧା ଭୋଗୁଛନ୍ତି । କେତେକ କହୁଛନ୍ତି ଡିଜିଟାଲ ଇଣ୍ଡିଆ ପାଇଁ ଡାକଘର ବନ୍ଦ ହୋଇଗଲା । ଲୋକ ମାନେ ପୋଷ୍ଟ ଅଫିସକୁ ଧାଇଁ ଧାଇଁ ନୈରାଶ୍ୟଜନକ ଭାବେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ । ଦୀର୍ଘ ଆଠ ଦିନ ହେଲା ପୋଷ୍ଟ ଅଫିସରେ ସଫ୍ଟୱେର ଡାଉନ୍ ଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଅଧୀନରେ ପୋଷ୍ଟ ଅଫିସ ରହିଥିବା ବେଳେ ସମଗ୍ର ଭାରତ ବର୍ଷରେ ନୂତନ ସଫ୍ଟୱେର ଡାଉନ୍ ଲୋଡ୍ ଓ ସମଗ୍ର ଭାରତବର୍ଷର ଡାକଘର ଡିଜିଟାଲ ଇଣ୍ଡିଆରେ ଯୋଡି ହେବା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଛି । ଏଣୁ ସମସ୍ତ ସରକାରୀ ଓ ବେସରକାରୀ ଚିଠି ପତ୍ର ଆଦାନ ପ୍ରଦାନ, ପୋଷ୍ଟ ଅଫିସରେ ଟଙ୍କା ନେଣଦେଣ ଆଦି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ନୂତନ ସଫ୍ଟୱେର ଇନଷ୍ଟାଲ ହୋଇଗଲେ ଖୁବ ଶୀଘ୍ର ପୋଷ୍ଟାଲରେ ଇଣ୍ଟେରନେଟ ଓ ଅନଲାଇନ କାର୍ଯ୍ୟ ଆରମ୍ଭ ହୋଇଯିବ । ତେବେ କେବେ ଡାକ ବିଭାଗ କାର୍ଯ୍ୟ ସ୍ୱାଭାବିକ ହେବ ତାହାକୁ ଅପେକ୍ଷା କରିଛନ୍ତି ଜମାକାରି ଓ ହିତାଧିକାରି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande