ରାଷ୍ଟ୍ରପତି ଭବନରେ  ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ
ଭୁବନେଶ୍ୱର , 10 ଅଗଷ୍ଟ (ହି.ସ.)ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 20 ଜଣ ବିଦ୍ୟାର୍ଥୀ । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଲାଇଂ, ଭବାନୀପୁର, ମହାସିଙ୍ଗ ଓ ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ
ରାଷ୍ଟ୍ରପତି ଭବନରେ  ରାକ୍ଷୀ ପୂର୍ଣ୍ଣିମା     ପାଳିଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ


ଭୁବନେଶ୍ୱର , 10 ଅଗଷ୍ଟ (ହି.ସ.)ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ

ସହ ରାକ୍ଷୀ ପୂର୍ଣ୍ଣିମା ପାଳିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 20 ଜଣ

ବିଦ୍ୟାର୍ଥୀ । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଲାଇଂ, ଭବାନୀପୁର,

ମହାସିଙ୍ଗ ଓ ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ

ଆବାସିକ ବିଦ୍ୟାଳୟର ବିଦ୍ୟାର୍ଥୀ ଓ 4 ଜଣ

ଶିକ୍ଷକ-ଶିକ୍ଷୟିତ୍ରୀ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇବା ପରେ ରାକ୍ଷୀ ପୂର୍ଣ୍ଣିମା

ପାଳିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।

ଏହି ବିଶେଷ ଅବସରରେ,

ଏକଲବ୍ୟ

ଆଦର୍ଶ ଆବାସିକ ବିଦ୍ୟାଳୟର ଲାଇଂର ପାଞ୍ଚଜଣ ଛାତ୍ରୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ପାରମ୍ପରିକ

ରାକ୍ଷୀ ପିନ୍ଧାଇଛନ୍ତି । ଏଥିସହ ମାନ୍ୟବର ରାଷ୍ଟ୍ରପତିଙ୍କୁ ରାଧା-କୃଷ୍ଣଙ୍କ କଳାକୃତି ପ୍ରଦାନ

କରିଥିଲେ । ଧାନରେ ତିଆରି ଶ୍ରୀଜଗନ୍ନାଥଙ୍କ ମୁଖ କଳାକୃତିକୁ ନେଇ ରାକ୍ଷୀ ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ

ଐତିହ୍ୟକୁ ପ୍ରତିଫଳିତ କରିଥିଲା । ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତି ଭବନର ଐତିହ୍ୟକୁ ଅନୁଭବ

କରିଥିଲେ ଏବଂ ଭାରତର ପ୍ରଥମ ନାଗରିକଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରି ନିଜର ଆନନ୍ଦ

ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande