ଭୁବନେଶ୍ୱର, ୧୦ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କେନ୍ଦୁଝର ଜିଲ୍ଲାର ଝୁମ୍ପୁରାରେ ସର୍ବାଧିକ ୪୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ୩୮.୬ ମି.ମି., କୋରାପୁଟ ଜିଲ୍ଲାର ନନ୍ଦପୁରରେ ୩୬.୦ ମି.ମି., ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ୩୪.୦ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୩୩.୬ ମି.ମି., ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୨୯.୮ ମି.ମି., ବରଗଡ଼ ଜିଲ୍ଲାର ସୋହେଲାରେ ୨୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିରାଡ୍ୟାମ୍ ରେ ୨୫.୦ ମି.ମି., ଗଜପତି ଜିଲ୍ଲାର ଗୋଷାଣିରେ ୨୫.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଗଁଦିଆରେ ୨୪.୦ ମି.ମି., ଅନୁଗୁଳ ଜିଲ୍ଲାର ବଅଁରପାଳରେ ୨୪.୦ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୨୩.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ରାଇକିଆରେ ୧୯.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ