ଘଟଗାଁ ଅଗଷ୍ଟ ୧୦( ହିସ)
ଷଣ୍ଢ ସହ ଏକ ବାଇକ୍ ଧକ୍କା ହେବା ଫଳରେ ଯୁବକ ଜଣକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ସୁଚନା ରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ତାଳ ଗାଁ ର କାମଳ ଲୋଚନ ମହାନ୍ତି(୩୫) ଗତ କାଲି ସନ୍ଧ୍ୟା ସମୟରେ ନିଜ ବାଇକ୍ ଯୋଗେ ଧାକୋଠା ବଜାର କୁ ଯାଇଥିବା ବେଳେ ହଠାତ୍ ଏକ ଷଣ୍ଢ ବାଇକ୍ ସାମ୍ନା କୁ ଚାଲି ଆସିଥିଲା । ଫଳରେ କାମଳ ଲୋଚନ ଙ୍କର ହାତକ୍ଷତ ହୋଇ ଯାଇଛି ଗୁରୁତର ଅବସ୍ଥାରେ କାମଳ ଲୋଚନ ଙ୍କୁ ଆନନ୍ଦପୁରଚିକିତ୍ସାଳୟରେ ଭର୍ତ୍ତ କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ