ଜୟପୁର, ୧୦ ଅଗଷ୍ଟ (ହି.ସ.) - ଜୟପୁର ଗାଗନାପୁର ରାସ୍ତା ନିକଟରେ ଗତକାଲି ସନ୍ଧ୍ୟାରେ ଗଛରେ ଦଉଡି ଦେଇ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତିକରି ଗାଗନାପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ ଘଟଣା ସ୍ଥଳରୁ (ଓଡି୧୦ଆର୦୭୪୮)ଏକ ସ୍କୁଟି ଗାଡି ଉଦ୍ଧାର କରିଛି। ମୃତ ନାବାଳକ ଜଣକ ହେଲେ ଶ୍ରୀରାମ ନଗର ପାରାବେଡା ଅଂଚଳର। ପୁଲିସ ସୁତ୍ରରୁ ପ୍ରକାଶ ଯେ ଘରେ କିଛି ଝଗଡା ଲାଗିବା ପରେ ନାବାଳକ ଜଣକ ଗାଗନାପୁର ରାସ୍ତା କଡରେ ଗାଡି ରଖି ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଆଜି ସକାଳୁ ସାଇଂଟିଫିକ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ଶବବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ତଦନ୍ତକାରି ଅଧିକାରୀ ଏସଆଇ ଚିତରଞ୍ଜନ ପ୍ରଧାନୀ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି