ସମ୍ବଲପୁର ଏବଂ ବରଗଡରେ ବୋସ୍ଚ ପକ୍ଷରୁ ବିଏସ ୪ ବିଏସ୍ ୬ ଡିଜେଲ ଇଣ୍ଟିଗ୍ରିଟି ସେବା ଆରମ୍ଭ
ସମ୍ବଲପୁର ଏବଂ ବରଗଡରେ ବୋସ୍ଚ ପକ୍ଷରୁ ବିଏସ ୪ ବିଏସ୍ ୬ ଡିଜେଲ ଇଣ୍ଟିଗ୍ରିଟି ସେବା ଆରମ୍ଭ
ସମ୍ବଲପୁର ଏବଂ ବରଗଡରେ ବୋସ୍ଚ ପକ୍ଷରୁ ବିଏସ ୪ ବିଏସ୍ ୬ ଡିଜେଲ ଇଣ୍ଟିଗ୍ରିଟି ସେବା ଆରମ୍ଭ


ସମ୍ବଲପୁର ଏବଂ ବରଗଡରେ ବୋସ୍ଚ ପକ୍ଷରୁ ବିଏସ ୪ ବିଏସ୍ ୬ ଡିଜେଲ ଇଣ୍ଟିଗ୍ରିଟି ସେବା ଆରମ୍ଭ


ସମ୍ବଲପୁର, ୧୦ ଅଗଷ୍ଟ (ହି.ସ.) ପଶ୍ଚିମ ଓଡ଼ିଶାର ଆଇଡିଏଲ ଡିଜେଲ ସାର୍ଭିସ ଠାରେ ବୋସ୍ଚ ପକ୍ଷରୁ ବିଏସ ୪ ବିଏସ୍ ୬ ଡିଜେଲ ଇଣ୍ଟିଗ୍ରିଟି ସେବା ଆରମ୍ଭ l ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ସମ୍ବଲପୁର ରେ ବିଏସ୍ ୪ ଓ ବିଏସ୍ ୬ ସେବା ସମ୍ବଲପୁର ବରେଇପାଲି ପାଞ୍ଚଗଛିଆ ଏସବିଆଇ ନିକଟରେ ଥିବା ଶକ୍ତି ଭେନ୍ଚର୍ସ ଠାରେ ଆରମ୍ଭ ହେଇଯାଇଛି l ଅତ୍ୟାଧୁନିକ ଡ଼ିଜେଲ ଇଣ୍ଟିଗ୍ରିଟି ସେବା ସମ୍ବଲପୁର ନିକଟସ୍ଥ ସମସ୍ତ ଜିଲ୍ଳାର ଏହି ସେବା ପାଈଁ ବହୁ ଦୂର ଦୁରାନ୍ତକୁ ଯାଇ ହଇରାଣ ହେବାକୁ ପଡୁଥିଲା l ସମସ୍ତ ବଡ଼ ଗାଡି ଏହି ସେବା ଉପରେ ନିର୍ଭର କରିଥାନ୍ତି l ସମ୍ବଲପୁର ଏବଂ ବରଗଡ ଠାରେ ଏହାର ସର୍ଭିସ ସେଣ୍ଟର ଖୋଲାଯିବାରୁ ଗାଡି ଚାଳକ ଓ ମାଲିକ ମାନଙ୍କର ଆନନ୍ଦ ଖେଳିଯାଇଛି l ଏହି ସେବାର ଉଦଘାଟନ ସମାରୋହ ପାଞ୍ଚଗଛିଆ ସ୍ଥିତ ଆଇଡ଼ିଆଲ ଡ଼ିଜେଲ ସାର୍ଭିସ ଗତ ୬ତାରିଖ ବୁଧବାର ଦିନ ଆୟୋଜିତ ହୋଇଥିବା ବେଳେ ଏହି ଅବସରରେ ବୋଷ୍ଚ କମ୍ପାନୀର ଜୋନାଲ ମେନେଜର ଦିପ୍ତୀରଞ୍ଜନ ଦାଶ,ଏରିଆ ମେନେଜର ରୋଶନ କୁମାର, ଶକ୍ତି କମ୍ପାନୀର ଶ୍ୟାମ ଅଗ୍ରୱାଲ, ସମ୍ବଲପୁର ସର୍ଭିସ ସେଣ୍ଟର ର ଡାରେକ୍ଟର ଶ୍ରୀଧର ସ୍ୱାଇଁ ପ୍ରମୁଖ ସଂଚାଳନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସୁପୁତ୍ରୀ ସୁଶ୍ରୀ ଶୁଭଶ୍ରୀ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ମେସିନ୍ ର ଶୁଭ ଉଦ୍ଘାଟନ କରିଥିଲେ l ସ୍ୱତନ୍ତ୍ର ନିମତ୍ରିତ ଅତିଥି ଭାବରେ ଜେସିବି ୱର୍କ୍ସ ମ୍ୟାନେଜେର, ଟାଟା ମୋଟର୍ସ ସାରଭିସ ମେନେଜର ଫୋର୍ସ ଇଏଇଚେର ମହିନ୍ଦ୍ରାର ୱର୍କ୍ସ ମେନେଜର ଯୋଗଦାନ କରିଥିଲେ l ନୂତନ ମେସିନ ବିଷୟରେ ଜାଣି ଏହାର ଆବଶ୍ୟକତା ଜାଣି ସମସ୍ତେ ଉଲ୍ଲାସିତ ହୋଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande