ସୁବର୍ଣ୍ଣପୁର, ୧୦ ଅଗଷ୍ଟ (ହି.ସ.)- ଗତକାଲି ପୂର୍ବାହ୍ନରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସୁବର୍ଣ୍ଣପୁରଙ୍କ ଦ୍ବାରା ରାଜ୍ୟସ୍ତରୀୟ ଗୋ ପୂଜନ ଓ ଗୋ ସମ୍ବର୍ଦ୍ଧନା ସମାରୋହ ୨୦୨୫ ସୋନପୁର ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବରେ ଇଂ. ରଘୁନାଥ ଜଗଦଲା, ବିଧାୟକ, ବୀରମହାରାଜପୁର ଯୋଗଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସୋନପୁର ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ତାମସି ତମସ୍ମିତା ନାୟକ, ଶ୍ରୀଯୁକ୍ତ ଅମିୟ କୁମାର ପଟ୍ଟନାୟକ, ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି, ଭୁବନେଶ୍ୱର, ଡ଼. ସରୋଜ କୁମାର ସାହୁ,ସାଧାରଣ ପରିଚାଳକ ଓମ୍ଫେଡ, ଡ଼. ଦୁର୍ଗାଦତ୍ତ ଦାସ, ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଓ ମୁଖ୍ୟ ବକ୍ତା ଭାବରେ ଡ଼. ଶଙ୍କର୍ଷଣ ମାହୁନ୍ତ,ଉପ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁବର୍ଣ୍ଣପୁର ଯୋଗଦେଇଥିଲେ। ଗୋପାଳନ କ୍ଷେତ୍ରରେ ଯେମିତି ଅଧିକରୁ ଅଧିକ ଚାଷୀ ଲାଭବାନ ହେବାସହିତ ଆତ୍ମ ନିର୍ଭର ହୋଇପାରିବେ ସେ ଦିଗରେ ସରକାର ଅଧିକ ଗୁରୁତ୍ଵ ଦେଉଥିବା ବିଧାୟକ ପ୍ରକାଶ କରିଥିଲେ। ରାଜ୍ୟ ସ୍ତରୀୟ ଗୋ ସମ୍ବର୍ଦ୍ଧନା ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ସରକାର ଚୟନ କରିଥିବାରୁ ଏହା ଆମ ସୁବର୍ଣ୍ଣପୁର ଜିଲ୍ଲାର ଗୋ ଚାଷୀଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ଆବାହକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସୁବର୍ଣ୍ଣପୁର ଡ଼ା. ରଞ୍ଜନ କୁମାର ଦାସ, ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାରେ ରୋଜଗାର ବୃଦ୍ଧି ସହିତ ଦୁଗ୍ଧ ଉତ୍ପାଦନ ଦ୍ଵିଗୁଣିତ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବ ଉପଲକ୍ଷେ ଏକ ଗାଈ ଓ ବାଛୁରୀ ପ୍ରଦର୍ଶନୀ, ଗୋ ପୂଜନ, ପ୍ରାସଙ୍ଗିକ କୃଷକ ବୈଜ୍ଞାନିକ ଆଲୋଚକଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ସଫଳ ଅନେକ ଗୋ ଚାଷୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମଗ୍ର ଜିଲ୍ଲାରୁ ୩୦୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ । ସଭାକୁ ଡ଼. ପ୍ରିୟ ବ୍ରତ ବେହେରା ଓ ଡ଼. ସୁବ୍ରତ ପୁରୋହିତ ପରିଚାଳନା କରିଥିଲେ। ସଭାକୁ ଡ଼.ସୁଧୀର କୁମାର ପଣ୍ଡା, ଡ. ମୃତ୍ୟୁଞ୍ଜୟ ମହାନ୍ତି,ଡ.ଶ୍ୟାମ ସୁନ୍ଦର ପାଣ୍ଡେ ,ଡ଼. ଝାସକେତନ ପଶାୟତ, ଡ. ସୁଭାକଂ।କ୍ଷି ବେହେରା, ଦେବେନ୍ଦ୍ର ସାହୁ, ଚିନ୍ମୟ ଭୁକ୍ତା, ମନୋରଞ୍ଜନ ହୋତା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ