ସମ୍ବଲପୁର, ୧୦ ଅଗଷ୍ଟ (ହି.ସ.)
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ତିଳେଇମାଲ ଗ୍ରାମଠାରେ ବିଶ୍ୱ ଆଦିବାସୀ ଦିବସ ମହିଳା ଜନ ସଂଘର୍ଷ ସମିତି, ଜମନକିରା ଦ୍ୱାରା ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଂଯୋଜକ ପରଦେଶୀ ମିର୍ଦ୍ଧା ବିଶ୍ୱ ଆଦିବାସୀ ଦିବସ ପାଳନ ଆଦିବାସୀଙ୍କ ପରମ୍ପରା, ଭାଷା, ସଂସ୍କୃତି ଏବଂ ଅଧିକାର ସଂରକ୍ଷଣ କରିବା ସହିତ ଜଳ, ଜମି ଏବଂ ଜଙ୍ଗଲ, ଏବଂ ପାରମ୍ପରିକ ଖାଦ୍ୟ, ପୋଷାକ ଏବଂ ସଙ୍ଗୀତର ସୁରକ୍ଷା ପାଇଁ ଆଲୋଚନା କରାଯାଥିଲେ। ସେହିପରି ବ୍ଲକ ସଂଯୋଜକ ଦଶରଥ ସିଂ ଆଦିବାସୀ ଏକତା ହୋଇ ଏହି ଦିବସକୁ ଏକ ମୁଖ୍ୟ ଉତ୍ସଵ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗ୍ରାମର ଅନେକ ମହିଳା ଯୁବକ, ବୃଦ୍ଧ ଉପସ୍ଥିତ ରହି ବିଶ୍ୱ ଆଦିବାସୀ ଦିବସକୁ ସାଫଲ୍ୟ କରାଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ