ବଳଭଦ୍ର ଜନ୍ମ ଓ ଗହ୍ମାପର୍ବ ପାଳିତ
ପୁରୀ, ୧୦ ଅଗଷ୍ଟ (ହି.ସ.)- ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପୁରୀ ଆନୁକୁଲ୍ୟରେ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ଶରଧାବାଲି ସ୍ଥିତ ଦାଦାମଠ ଲେନ ସ୍ଥିତ ତପୋବନ ଭବନ ପରିସରରେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ବଡଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ଗହ୍ମାପ
ବଳଭଦ୍ର ଜନ୍ମ ଓ ଗହ୍ମପର୍ବ ପାଳିତ


ପୁରୀ, ୧୦ ଅଗଷ୍ଟ (ହି.ସ.)- ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପୁରୀ ଆନୁକୁଲ୍ୟରେ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ଶରଧାବାଲି ସ୍ଥିତ ଦାଦାମଠ ଲେନ ସ୍ଥିତ ତପୋବନ ଭବନ ପରିସରରେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ବଡଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ଗହ୍ମାପର୍ବ ମହାସମାରୋହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବସନ୍ତ କୁମାର ପତି ଓ ସମ୍ମାନିତ ଅତିଥି ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର,ଗବେଷକ ହରିଶଙ୍କର ମିଶ୍ର ଓ ମୁଖ୍ୟବକ୍ତା ଭାବେ ପୂଜ୍ୟ ସନ୍ଥ ଅଚ୍ୟୁତାନନ୍ଦ ଦାସଜୀ ମହାରାଜ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଗୋ ପୂଜା ସହ ପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତରୁଣ କବି ଦାମୋଦର ପରିଡ଼ା । ପରେ ଭାରତୀୟ କୃଷି ସଂସ୍କୃତି ର ବଡଠାକୁର ବଳଦେବ ଶୀର୍ଷକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ଆଲୋଚନାର ମୁଖ୍ୟବକ୍ତା ସନ୍ଥ ଅଚ୍ୟୁତାନନ୍ଦ ଦାସଜୀ କୃଷି ସଂସ୍କୃତିର ଅବତାର ପୁରୁଷ ବଳଦେବ ଓ କୃଷି ନିମନ୍ତେ ଗୋ ମାତାଙ୍କ ଅବଦାନ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ସଭାରେ ପୁରୀର ବିଶିଷ୍ଟ କବି ଓ ଲେଖକ ଆଇନଜୀବୀ ବିପିନ ବିହାରୀ ଦଳାଇ, ଅଧ୍ୟାପକ ଅଶୋକ କୁମାର ମିଶ୍ର, କବି, ସଂଗଠକ ସଦାଶିବ ମିଶ୍ର, କବି ସୁରେଶ ଚନ୍ଦ୍ର ପଟ୍ଟନାୟକ ,ଲେଖକ ବିଭୁଦତ ମିଶ୍ର,ଅବସରପ୍ରାପ୍ତ ଅଧିକାରୀ ତଥା ଲେଖକ ଦୁର୍ଯ୍ୟୋଧନ ନାୟକ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଡକ୍ଟର ପତି ମହୋଦୟ ଗୋ ସମ୍ପର୍କିତ ବିଷୟ ଉପରେ ଏକ ମାର୍ମିକ ଆଲୋଚନା କରିଥିଲେ। ଦେବଦେବୀଙ୍କ ପୂଜା ପାର୍ବଣରେ ସାଧାରଣ ଲୋକମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଡକ୍ଟର ନିରଞ୍ଜନ ପତି, ପ୍ରତାପ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅଧିକ କୁମାର ଜେନା ଅଂଶଗ୍ରହଣ କରିଥିଲେ। ଅନ୍ୟ ସହଯୋଗୀ ମାନଙ୍କ ମଧ୍ୟରେ ସ୍ଥିତପ୍ରଜ୍ଞା ଜେନା, ତପନ ଆଚାର୍ଯ୍ୟ, ପ୍ରଦୀପ ବରାଳ ମୋନାଲି ସେଠୀ, ସୁନାଫୁଲ ପୂର୍ଣାମାସି ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଓଡ଼ିଶା ସରକାରଙ୍କ ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହାୟତା ନିମନ୍ତେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଧ୍ୟାପକ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande