ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)
- ପ୍ରତିଦିନ
ରାଜ୍ୟରେ ନାରୀ ନିର୍ଯାତନା ବଢୁଛି । ଛାତ୍ରୀ ପୋଡି ଓ ଦୁଷ୍କର୍ମ ହେଉଛି । ପୋଲିସର ମନୋବଳ
ଭାଙ୍ଗିଯାଇଛି କାରଣ ସରକାର କିଛି କରିବା ଅବସ୍ଥାରେ ନାହିଁ ବୋଲି କହି ବର୍ଷିଛନ୍ତି ବିଜେଡି
ବିଧାୟକ ଧ୍ରୁବ ସାହୁ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ତଳେ ପଡ଼ି ଗଲାଣି ।
ପଟାମୁଣ୍ଡାଇ ଘଟଣାରେ ଝିଅର ବାପା କହିଲେ ଯେ 6 ମାସ ତଳେ ଏଫଆଇଆର ଦେବାକୁ ଯାଇଥିଲେ । ହେଲେ ପୋଲିସ ଏଫଆଇଆର ନରଖି ନମ୍ବର ବ୍ଲକ ଓ
ଅଶ୍ଳୀଳ ଫୋଟୋ ଡିଲିଟ କରିବାକୁ କହିଲା । ଏହା ପୋଲିସର ଅବହେଳା ଯେଉଁଥି ପାଇଁ ଝିଅର ଜୀବନ ଗଲା ।
ସପ୍ତାହେ ପରେ ବି ପୋଲିସର ହାତ ଖାଲି । ବଳଙ୍ଗା ଘଟଣାରେ ପୋଲିସ ଆତ୍ମହତ୍ୟା ଥିଓରୀ ଆଣି ଥୋଇଲା
। ଏବେ ପଟାମୁଣ୍ଡାଇ ଘଟଣା ପାଇଁ କଣ ଥିଓରୀ ଆଣିବ ! ବାଲେଶ୍ୱରରେ ଏବିଭିପି ଝିଅ ମଲା । ତଦନ୍ତକାରୀ ଆଇଜିପିଙ୍କୁ ସରକାର ବାହାର କରି ଦେଲେ ।
ସରକାର ପୋଲିସ ଉପରେ ଅଦୃଶ୍ୟ ଚାପ ପକାଉଛନ୍ତି ତଦନ୍ତ ବାଟବଣା କରି ରାଜନୈତିକ ରୁଟି ସେକିବାକୁ ।
ପୋଲିସ ଦିଗହରା ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା