ବରୀ ବିଜେପିରେ ନେତୃତ୍ୱ ସଙ୍କଟ ବିଜେପି କର୍ମୀ ହାତାହାତିକୁ ନେଇ ରସୁଲପୁର ବ୍ଲକରେ ଚର୍ଚ୍ଚା : ଦଳୀୟ କନ୍ଦଳ ପଦାରେ ପଡିଲା
ଧର୍ମଶାଳା,୧୦ଅଗଷ୍ଟ(ହି.ସ.) - ସରକାର ପରିବର୍ତନ ପରେ ବିଜେପି କ୍ଷମତାକୁ ଆସିଛି । ଦଳ ସଂଗଠିତ ହୋଇ ଆଗକୁ କାମ କରିବାକୁ ରାଜ୍ୟ ନେତୃମଣ୍ଡଳୀ କର୍ମୀମାନଙ୍କୁ ପରାମର୍ଶ ହେଉଛନ୍ତି । ବିଜେପି କ୍ଷମତାକୁ ଆସିବା ଦିନ କେଇଟାରେ ଦଳୀୟ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଆଜି ଏକ ଅଭାବନୀୟ ଘଟଣା ଦେଖିବା
ବରୀ ବିଜେପିରେ ନେତୃତ୍ୱ ସଙ୍କଟ ବିଜେପି କର୍ମୀ ହାତାହାତିକୁ ନେଇ ରସୁଲପୁର ବ୍ଲକରେ ଚର୍ଚ୍ଚା : ଦଳୀୟ କନ୍ଦଳ ପଦାରେ ପଡିଲା


ଧର୍ମଶାଳା,୧୦ଅଗଷ୍ଟ(ହି.ସ.) - ସରକାର ପରିବର୍ତନ ପରେ ବିଜେପି କ୍ଷମତାକୁ ଆସିଛି । ଦଳ ସଂଗଠିତ ହୋଇ ଆଗକୁ କାମ କରିବାକୁ ରାଜ୍ୟ ନେତୃମଣ୍ଡଳୀ କର୍ମୀମାନଙ୍କୁ ପରାମର୍ଶ ହେଉଛନ୍ତି । ବିଜେପି କ୍ଷମତାକୁ ଆସିବା ଦିନ କେଇଟାରେ ଦଳୀୟ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଯାଜପୁର ଜିଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଂଚାୟତରେ । ଏକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ହାତାହାତି ହେବା ଘଟଣା ଏବେ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଛି । ରବିବାର ଦିନ ସକାଳ ୧୧ ଘଟିକା ସମୟରେ ରାଜେନ୍ଦ୍ରପୁର ପଂଚାୟତ କରଜଙ୍ଗାଠାରେ ମଙ୍ଗଳା ମନ୍ଦିର ଭୂମି ପୂଜା ଉତ୍ସବରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଓ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ି ଗହଳି ଚହଳି ସମୟରେ ଅର୍ଥଙ୍ଗା ପଂଚାୟତର ବିଜେପି କର୍ମୀ ବିଦ୍ୟାଧର କରଣ ଗାଡି ନେଇ ଯିବା ସମୟରେ ଆଗରେ ଛିଡା ହୋଇଥିବା ଆଶୁ ବାରିକଙ୍କ ଗୋଡରେ ଧକ୍କା ଲାଗିଥିଲା । ଯାହାକୁ ନେଇ ଆଶୁ ଉତ୍ୟକ୍ତ ହୋଇ ବିଦ୍ୟାଧର କରଣଙ୍କୁ ମାଡ ମାରିଥିଲେ । ତେବେ ସେଠାରୁ ବିଦ୍ୟାଧର ଫେରି ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ପୁର୍ନଃବାର ଉକ୍ତ ଘଟଣାକୁ ନେଇ ବଚସା ହୋଇ ଘଟଣା ଉଗ୍ରରୂପ ନେଇଥିଲା । ଏହି ହାତାହାତି ଘଟଣାକୁ ଦେଖି ଦଳୟ କର୍ମୀ ଉଭୟଙ୍କୁ ଛଡାଛଡି କରିବା ପରେ ଘଟଣା ଶାନ୍ତ ପଡିଥିଲା । ତେବେ ଏଭଳି ଘଟଣାକୁ ନେଇ ଦଳୀୟ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ଅନ୍ୟ ଏକ ଗୋଷ୍ଠୀରେ ବିଭକ୍ତ ହୋଇଥିବାରୁ ଆଜି ଏଭଳି ଘଟଣା ଦେଖିବାକୁ ମିଳିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ରାଜ୍ୟ ନେତୃମଣ୍ଡଳୀଙ୍କ ତାଗିଦ ପରେ ମଧ୍ୟ ଦଳୟ କନ୍ଦଳ ଘଟଣା ଏବେ ବିରୋଧୀଙ୍କୁ ଖୋରାକ ଯୋଗାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande