ଅଙ୍ଗନୱାଡ଼ି ଛାତରୁ ନାବାଳକର ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ଲାଗି ମୃତ୍ୟୁ ସନ୍ଦେହ
କେନ୍ଦୁଝର, ୧୦ ଅଗଷ୍ଟ (ହି.ସ.)- ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ନେଇ ସନ୍ଦେହ । ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାରୁ। ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ର
ଅଙ୍ଗନୱାଡ଼ି ଛାତରୁ ନାବାଳକର ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ଲାଗି ମୃତ୍ୟୁ ସନ୍ଦେହ


କେନ୍ଦୁଝର, ୧୦ ଅଗଷ୍ଟ (ହି.ସ.)- ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରୁ ମିଳିଲା ନାବାଳକର ମୃତଦେହ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ନେଇ ସନ୍ଦେହ । ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାରୁ। ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତକ ବିଲେଇପଦା ମୁଣ୍ଡା ସାହିର ଗୋବିନ୍ଦ ବବୋଙ୍ଗାଙ୍କ ୭ ବର୍ଷର ପୁଅ ଅରୁଣ ବବୋଙ୍ଗା ହୋଇଥିବା ନେଇ ସୂଚନା ମିଳିଛି । ଏହି ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପର ଦେଇ ଅସୁରକ୍ଷିତ ଭାବେ ପାଖ ଦୋକାନକୁ ବିଦ୍ୟୁତ୍ ତାର ସଂଯୋଗ ଯାଇଥିବା ବେଳେ ନାବାଳକର ମୃତଦେହ ବିଦ୍ୟୁତ୍ ତାର ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ତେଣୁ ଇଲେକ୍ଟ୍ରି କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande