ଛତ୍ରପୁରରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର/ ଛତ୍ରପୁର, ଅଗଷ୍ଟ ୧୦(ହି.ସ.) ଗଞ୍ଜାମର କୁଶଳୀ ମାନବସମ୍ବଳକୁ ଉପଯୋଗ କରି ରୋଜଗାରର ନୂଆ ସୁଯୋଗ ତିଆରି କରିବା- ଧର୍ମେନ୍ଦ୍ର ପ୍ରଧାନ – ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ଗଞ୍ଜାମ ଜିଲ୍ଲାର ବି
ଛତ୍ରପୁରରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର/ ଛତ୍ରପୁର, ଅଗଷ୍ଟ ୧୦(ହି.ସ.)

ଗଞ୍ଜାମର କୁଶଳୀ

ମାନବସମ୍ବଳକୁ ଉପଯୋଗ କରି ରୋଜଗାରର ନୂଆ ସୁଯୋଗ ତିଆରି କରିବା- ଧର୍ମେନ୍ଦ୍ର ପ୍ରଧାନ

– ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ

ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ଗଞ୍ଜାମ ଜିଲ୍ଲାର

ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ

ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ । ଗଞ୍ଜାମର ମାନବସମ୍ବଳକୁ

ଉପଯୋଗ କରି ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ ବୋଲି

ରବିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ

ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀ ପ୍ରଧାନ କହିଛନ୍ତି

ଯେ ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ

ପଡ଼ିଥିଲା କଟକର ଇଦଗା ପଡ଼ିଆରେ । ତେବେ ଏହା ପୂର୍ବରୁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ

ଉଦ୍ୟମରେ ରମ୍ଭା ରାଜ ପ୍ରସାଦରେ ପ୍ରଥମ ରମ୍ଭା ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଆଙ୍କ

ସ୍ୱାର୍ଥରକ୍ଷା ନିମନ୍ତେ ଆନୁଷ୍ଠାନିକ ସମିତି ଗଠନ ଲାଗି ପ୍ରସ୍ତାବ ଦିଆଯାଇଥିଲା । ଗଞ୍ଜାମର

ଲୋକମାନେ ଅଧିକ ଦକ୍ଷ, ଯେଉଁମାନେ ଗୁଜୁରାଟ, ସୁରଟ

ସମେତ ବାହାର ରାଜ୍ୟରେ କାମ କରି ସେଠାକାର ଅର୍ଥନୀତିକୁ ବଢାଉଛନ୍ତି । ଦୁଃଖର ବିଷୟ, ଏହି ଜିଲ୍ଲାରୁ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ

ଶାସନରେ ଗଞ୍ଜାମ ଯେଉଁଠି ପହଞ୍ଚିବା କଥା, ସେଇଠି ପହଞ୍ଚିପାରିନାହିଁ ।

ପ୍ରତ୍ୟେକ ଘରୁ ଯୁବକମାନେ ନିଜ ମାଆ ଭଉଣୀଙ୍କୁ ଛାଡି, ଭିଟାମାଟିକୁ

ତ୍ୟାଗ ଦେଇ ରୋଜଗାର ଆଶାରେ ବାହାରକୁ ଯାଉଛନ୍ତି । ଏହା ହେଉଛି ମୂଳ ପ୍ରଶ୍ନ । ବିନା ଗଞ୍ଜାମ

ଜିଲ୍ଲାର ବିକାଶରେ ବିକଶିତ ଓଡ଼ିଶା ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼

କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ । ଆମର ଦାୟିତ୍ୱ ଏହି ଅଞ୍ଚଳରେ ଅଧିକ ରୋଜଗାର

ସୃଷ୍ଟି କରିବା । ଏଠାକାର ଶିକ୍ଷା, ଦକ୍ଷତାକୁ ଆଗକୁ ନେବାକୁ ହେବ ।

ଶ୍ରୀ ପ୍ରଧାନ ଆହୁରି

କହିଛନ୍ତି, ଦେଶର

ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା କାରଣରୁ ଏଠାରେ ବିଜ୍ଞାନ ଶିକ୍ଷାରେ

ଆଗକୁ ନେବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟରେ ଆଇଜର, ବ୍ରହ୍ମପୁର ପରି

ବିଶ୍ୱସ୍ତରୀୟ ଅନୁଷ୍ଠାନ ସ୍ଥାପନା ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା

ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରାୟ ୨୦୦ କୋଟି ଟଙ୍କା ପ୍ରଦାନ

କରିଛନ୍ତି । ଆଜି ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ଦ୍ୱାରା ଅତ୍ୟାଧୁନିକ

ଟେକ୍ନୋଲୋଜି ସାହାଯ୍ୟରେ ପାନୀୟ ଜଳର ଅଭାବକୁ ଦୂର କରିବା ପାଇଁ ଲୁଣ ପାଣିକୁ ମଧୁର ଜଳରେ ପରିଣତ

କରିବା ଦିଗରେ ଅଭିନବ ପଦକ୍ଷେପ ନିଆଯାଇଛି । ଏମକେସିଜି ମେଡିକାଲ କଲେଜ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଲେଜ ଅଫ୍ ଆର୍ଟ ଆଣ୍ଡ୍

କ୍ରାଫ୍ଟସ୍, ଖଲ୍ଲିକୋଟ, ଆର୍ମି ଡିଫେନ୍ସ

କଲେଜ, କଲେଜ ଅଫ ଫିସରିଜର ଉନ୍ନତି କରି ଗଞ୍ଜାମର ମାନବସମ୍ବଳକୁ ଉପଯୋଗ

କରିବା । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଛୋଟ ଉଦ୍ୟୋଗ ବା ଏମଏସଏମଇ କ୍ଷେତ୍ରରେ ଯେଉଁମାନେ

ନିବେଶ କରିବେ, ସେଥିପାଇଁ ବାହାର ରାଜ୍ୟରେ ରୋଡ୍ ସୋ ହେବ । ଏହି

ସମସାମୟିକ ସ୍ଥିତିରେ ଆମର ଯୁବପିଢିମାନେ ଲକ୍ଷ୍ୟ ରଖିବା ଉଚିତ୍, କେବଳ

ରୋଜଗାର କରିବା ନାହିଁ ବରଂ ରୋଜଗାର ଦେବା ପାଇଁ ଚେଷ୍ଟା କରିବା । ବୁଣାକାରମାନଙ୍କ ବ୍ୟବସାୟକୁ

ବଢାଇବା ସହ ହସ୍ତତନ୍ତ ପୋଷାକର ପୁନଃ ପରିଚୟ ଦେବାକୁ ଦାୟିତ୍ୱ ନେବାକୁ ହେବ ।

ଡବଲ ଇଞ୍ଜିନ ସରକାରରେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତିକୁ ଘର ଦିଆଯାଉଛି । ଓଡ଼ିଶାର ଚାଷୀମାନଙ୍କର

ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦

ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ଚାଷୀଙ୍କ

କଲ୍ୟାଣ ନିମନ୍ତେ ପଶୁପାଳନ ଓ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସବସିଡି ପ୍ରଦାନ

କରାଯାଉଛି । ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ଆର୍ଥିକ ସହାୟତା ଦେଇ ଆତ୍ମନିର୍ଭର କରାଯାଉଛି

। ନୂଆ ରାସନ୍ କାର୍ଡ, ପିଏମ

ସୂର୍ଯ୍ୟ ଘର ଯୋଜନାରେ ସୋଲାର ପ୍ୟାନେଲ,

ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ଜନଜାତି

ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି, ପିଏମ ଶ୍ରୀ ଯୋଜନାରେ ପ୍ରତି

ସ୍କୁଲର ବିକାଶ କରାଇବାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି । ସାମାଜିକ ଆର୍ଥିକ

ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା

ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ପ୍ରଦାନ କରାଯାଇଛି । ଗଞ୍ଜାମରେ

ସଡ଼କ, ରେଳ, ବନ୍ଦର ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ଗଞ୍ଜାମ, ଗୋପାଳପୁର, ବ୍ରହ୍ମପୁରକୁ ବ୍ୟବସାୟ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତିରେ ପରିଣତ

କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ

ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ଅଞ୍ଚଳର ବିଧାୟକମାନେ ପ୍ରମୁଖ

ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande