ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ
ଧର୍ମଶାଳା, ୧୦ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରକ୍ଷାବନ୍ଧନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଜାରକା ସ୍ଥିତ ଆମ ପାଠାଗାର ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ରହ୍ମବାରଦା ଡ଼ିଗ୍ରୀ
ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ


ଧର୍ମଶାଳା, ୧୦ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରକ୍ଷାବନ୍ଧନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଜାରକା ସ୍ଥିତ ଆମ ପାଠାଗାର ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ରହ୍ମବାରଦା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ମେହେରଙ୍କ ସାହିତ୍ୟ କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ପାଲାକାର ରଜନୀକାନ୍ତ ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗଦେଇ ମେହେରଙ୍କ ତପଶ୍ୱନୀ କାବ୍ୟ ଉପରେ ମତବ୍ୟକ୍ତ କରିଥିଲେ । ସାଧାରଣ ସଂପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ । କବି ବିଜୟ କୁମାର ଦେବତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ସଦସ୍ୟ ବେଣୁଧର ଦାସ ଓ ସରୋଜିନୀ ପଣ୍ଡା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଗଙ୍ଗାଧରଙ୍କ କବିତା ପାଠ କରାଯାଇଥିଲା । ସର୍ବଶ୍ରୀ କବି ଶଶିଭୂଷଣ ଦ୍ୱାରୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଧାଶ୍ୟାମ ସାହୁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଯୁଧିଷ୍ଠିର ସ୍ୱାଇଁ, ଧ୍ରୁବଚରଣ ବିଶ୍ୱାଳ,ପ୍ରଭାତ ମଲ୍ଲିକ, ସନ୍ତୋଷ କୁମାର ବେହେରା, ଯୁଗଳ କିଶୋର ଦାସ, ଗୋବିନ୍ଦ ଚନ୍ଦ୍ର ସାହୁ, ବ୍ରଜକିଶୋର ଦାଶ,ଗୋଲକ ଚନ୍ଦ୍ର ପଲେଇ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ଦୀନବନ୍ଧୁ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande