ପୁରୀ, ୧୦ ଅଗଷ୍ଟ (ହି.ସ.)- ପୁରୀ ସ୍ବର୍ଣାଭ ବେଳାଭୂମିରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହରଘର ତ୍ରିରଙ୍ଗା ସଚେତନତା ପାଇଁ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏହି ବାଲୁକାକଳା ଦେଖି ଆନନ୍ଦିତ ହୋଇଛନ୍ତି । ଏ ସମ୍ପର୍କରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ହରଘର ତ୍ରିରଙ୍ଗା ମୋଦୀଙ୍କ ଆହ୍ୱାନରେ ପ୍ରତି ଘରେ ତ୍ରିରଙ୍ଗା ପତାକା ଉଡିଲେ ଦେଶପ୍ରେମ ଜାଗ୍ରତ ହେବ । ଭାରତୀୟ ସଂସ୍କୃତି ଓ ପରମ୍ପରା ବଜାୟ ରହିବ । ଭାରତ ଏକ ମହାନ ଦେଶ । ତା'ର ଟେକ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ଯ । ବାଲି ଉପରେ ତିନି ରଙ୍ଗର ଘର ନିର୍ମାଣ କରି ତା ଉପରେ ତ୍ରିରଙ୍ଗା ପତାକା ଉଡେଇବା ଦୃଶ୍ଯ ବେଶ ଆକର୍ଷଣୀୟ ହୋଇଛି । ଏହି ବାଲୁକାକଳା ଦେଖି ଦେଶପ୍ରେମ ଭାବ ଜାଗ୍ରତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ