ଶ୍ରୀ ଶ୍ରୀ ରାଧା ରାହାସ ବିହାରୀ ଜୀଉଙ୍କ ଝୁଲଣଯାତ୍ରା
ଧର୍ମଶାଳା, ୧୦ଅଗଷ୍ଟ(ହି.ସ.) - ଯାଜପୁର ଜିଲା ର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମର ଇଷ୍ଟଦେବ ତଥା ଧର୍ମଶାଳା ମୁନସୀ ମିଳନର ଥାନପତି ଠାକୁର ଶ୍ରୀ ଶ୍ରୀ ରାହାସ ବିହାରୀଜିୟୁଙ୍କ ଝୁଲଣ ପର୍ବ ଅଜି ଉଦଯାପିତ ହୋଇଛି । ଗତ ୪ ତରିଖରୁ ଆରମ୍ଭ ହୋଇ ଏହି ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଘଂଟ କିର୍ତନ କରାଯାଇ ପ୍ରଭୁଙ
ଶ୍ରୀ ଶ୍ରୀ ରାଧା ରାହାସ ବିହାରୀ ଜୀଉଙ୍କ ଝୁଲଣଯାତ୍ରା


ଧର୍ମଶାଳା, ୧୦ଅଗଷ୍ଟ(ହି.ସ.) - ଯାଜପୁର ଜିଲା ର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମର ଇଷ୍ଟଦେବ ତଥା ଧର୍ମଶାଳା ମୁନସୀ ମିଳନର ଥାନପତି ଠାକୁର ଶ୍ରୀ ଶ୍ରୀ ରାହାସ ବିହାରୀଜିୟୁଙ୍କ ଝୁଲଣ ପର୍ବ ଅଜି ଉଦଯାପିତ ହୋଇଛି । ଗତ ୪ ତରିଖରୁ ଆରମ୍ଭ ହୋଇ ଏହି ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଘଂଟ କିର୍ତନ କରାଯାଇ ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ଝୁଲଣ ମଣ୍ଡପକୁ ବିଜେ କରାଯାଇଥାଏ । ସେଠାରେ ଠାକୁରଙ୍କୁ ଏକ ସୁସଜିତ ଦୋଳିରେ ବସାଯାଇ ଝୁଲାଯାଇଥାଏ । ସପ୍ତାହେ ବ୍ୟାପି ଏହି ଝୁଲଣଯାତ୍ରା ସମୟରେ ଗାଁରେ ରଙ୍ଗିନ ଆଲୋକମାଳା , ତୋରଣ ଓ ଫୁଲରେ ସଜାଯାଇଥାଏ । ଫଳରେ ସପ୍ତାହ ବ୍ୟାପି ସମଗ୍ର ଚୋରମୁହାଁଗ୍ରାମରେ ଆଧ୍ୟାତ୍ମିକ ପରିବେଷ ସିଷ୍ଟି ହୋଇଥିଲା । ଗ୍ରାମର ଉଦୟମାନ ଯୁବକମାନେ ଏହି କାର୍ଯ୍ୟକ୍ରମକୁ ଭକ୍ତିର ସହକାରେ କରିଥିବା ବେଳେ ଆଜି ଶେଷ ଦିନରେ ଠାକୁରଙ୍କୁ ଭଜନ କିର୍ତନ୍ନ କରାଯାଇ ଡୋଳିରେ ଝୁଲାଯାଇଥିଲା । ଆଜିର ଏହି ଦୃଶ୍ୟ ଦେଖିବା ଲାଗି ଆଖପାଖ ଗ୍ରାମର ଶହ ଶହ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ । ଏହି ଝୁଲଣ ଯାତ୍ରାରେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ବିଭୁ କୃପାଲାଭ କରିବା ସହିତ ମହାପ୍ରସାଦ ସେବନ କରିଥିଲେ । ସପ୍ତାହେ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଗ୍ରାମର ଆନନ୍ଦ ବିହାରୀ ନାୟକ,ରବିନ୍ଦ୍ର କୁମାର ମହାନ୍ତି, ଇଶ୍ୱର ଚନ୍ଦ୍ର ବେହେରା, ଉଦୟମହାନ୍ତି, ପୀତବାସ ପାତ୍ର, ଗୁରୁଚରଣ ମହାନ୍ତି, ଦଶାରଥ ନାଥ,ମନୋରଞ୍ଜନ ଦାସ,ଶ୍ରୀକାନ୍ତ ବେହେରା,ଚନ୍ଦ୍ରମଣି ଓଝା, ଅନିଲ ପରିଡା,ରତ୍ନାକର ମହାନ୍ତି, ସୁବାସ ରାଉତ,ନାରାୟଣ ମହାରଣା, ରିଟୁ ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande