ପୁରୀ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକୋତ୍ସବ ବିନା ଐତିହ୍ୟ ଅନୁମୋଦନରେ ପୁରୀ ବିମାନବନ୍ଦର
ପୁରୀ,୧୦ ଅଗଷ୍ଟ (ହି.ସ.) - ଐତିହ୍ୟ ଏକ ଅବହେଳିତ ଅଧ୍ୟାୟ ହୋଇରହିଛି। କିଛି ସେକେଣ୍ଡରେ ପୁରାତନ କୀର୍ତିକୁ ଭାଙ୍ଗିବା ସହଜ। ହେଲେ ଏହାକୁ ଗଢିବା ଅସମ୍ଭବ। ଏହା ଆଇନ ଅନୁଯାୟୀ ଅପରାଧ। ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ କରିବାରେ ଆମେ ବିଫଳ। ଯେଉ ସବୁ ମଠ ମନ୍ଦିର ଭଙ୍ଗାଯାଇଛି ତାହାର ପୁନଃ ନିର୍ମ।ଣ ଅସମ୍ଭବ
ପୁରୀ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକୋତ୍ସବ ବିନା ଐତିହ୍ୟ ଅନୁମୋଦନରେ ପୁରୀ ବିମାନବନ୍ଦର```


ପୁରୀ,୧୦ ଅଗଷ୍ଟ (ହି.ସ.) - ଐତିହ୍ୟ ଏକ ଅବହେଳିତ ଅଧ୍ୟାୟ ହୋଇରହିଛି। କିଛି ସେକେଣ୍ଡରେ ପୁରାତନ କୀର୍ତିକୁ ଭାଙ୍ଗିବା ସହଜ। ହେଲେ ଏହାକୁ ଗଢିବା ଅସମ୍ଭବ। ଏହା ଆଇନ ଅନୁଯାୟୀ ଅପରାଧ। ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ କରିବାରେ ଆମେ ବିଫଳ। ଯେଉ ସବୁ ମଠ ମନ୍ଦିର ଭଙ୍ଗାଯାଇଛି ତାହାର ପୁନଃ ନିର୍ମ।ଣ ଅସମ୍ଭବ। ମଠ ମନ୍ଦିର ଭଙ୍ଗାଯିବା ପରେ ଏବେ ପୁରୀରେ ବିମାନ ବନ୍ଦର କରାଯାଉଛି। ବିମାନବନ୍ଦର ହେଲେ ଶ୍ରୀମନ୍ଦିରକୁ ବିପଦ ପଡିବ। ବିମାନବନ୍ଦର ନିର୍ମ।ଣ ପାଇଁ ହେରିଟେଜ୍‌୍ଣ କ୍ଲିୟରାନ୍ସ ବା ଐତିହ୍ୟ ଅନୁମୋଦନ ଆବଶ୍ୟକ। ହେଲେ ବିନା ଐତିହ୍ୟ ଅନୁମୋଦନରେ ଏସବୁ କାର୍ଯ୍ୟ କରାଯାଉଛି। ଯାହା ପରବର୍ତୀ ସମୟରେ ଶ୍ରୀମନ୍ଦିରକୁ କ୍ଷତି ପହଂଚାଇବ। ପୁରୀ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଟ ଐତିହାସିକ ଡଃ ଅନିଲ ଧୀର। ପୁରୀର ସଂସ୍କୃତି ଭବନଠାରେ ଐତିହ୍ୟ ପଦଯାତ୍ରାର ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।

ପୁରୀ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକୋତ୍ସବ ପୁରୀର ସଂସ୍କୃତି ଭବନଠାରେ ପାଳିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ସ୍ଥାପତ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ପିଢ଼ୀ ପାଇଁ ଐତିହ୍ୟ ସମ୍ବନ୍ଧୀୟ ସଚେତନତା ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ ଐତିହାସିକ ଡଃ ଅନିଲ ଧୀର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସମୟ ସ୍ରୋତରେ ଧ୍ୱଂସାଭିମୁଖୀ କୀର୍ତିରାଜିଗୁଡ଼ିକ ଏବଂ ଏହି ଐତିହ୍ୟର ସଂରକ୍ଷଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଇନ୍‌ଟାକ୍‌ର ଆବାହକ ଡଃ ବିଶ୍ୱଜିତ୍ ମହାନ୍ତି ଐତିହ୍ୟ ପଦଯାତ୍ରାର ଆଭିମୁଖ୍ୟ ଉପରେ ନିଜ ମତ ରଖିଥିଲେ। ବିଭିନ୍ନ ଐତିହ୍ୟ ସଂରକ୍ଷଣ କାର୍ଯ୍ୟକ୍ରମର ଡିଜିଟାଇଜେସନ୍ କରି ଏହାର ଜଗତିକରଣ କରିବା ଦିଗରେ ଉଦୟଗିରି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଜେ.ପି. ଜଗଦ୍ଦେବ ଆଲୋଚନା କରିଥିଲେ। ଐତିହାସିକ ତଥ୍ୟ ଆମ ଉତର ପିଢ଼ିମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ ମହୀପ୍ରକାଶ ମଠର ମଠାଧୀଶ ଶ୍ରୀ ଶୁଭାନନ୍ଦ ମହାରାଜ। ଐତିହ୍ୟ ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ରଙ୍କର ପୁସ୍ତକ ‘ନବକଳେବରର ଐତିହ୍ୟ’ର ହିନ୍ଦୀ ସଂସ୍କରଣ ଉନ୍ମୋଚନ ସହିତ ଡଃ ମିଶ୍ର ଐତିହ୍ୟ ଗବେଷଣା ସମ୍ପର୍କିତ ସମ୍ୟକ୍ ଆଲୋଚନା କରିଥିଲେ। ଏହି ଅବସରରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ସେବକ ଶ୍ରୀ ବିଜୟ କୁମାର ମହାପାତ୍ର, ଐତିହ୍ୟ ଗବେଷକ ଓ ଲେଖକ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଏବଂ ଶ୍ରୀ ସାରଙ୍ଗଧର ରାୟଗୁରୁଙ୍କୁ ଐତିହ୍ୟ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ରାଜ୍ୟ ତଥା ପୁରୀର ବିଶିଷ୍ଟ ଐତିହ୍ୟ କର୍ମୀମାନଙ୍କୁ ଐତିହ୍ୟ ଶ୍ରୀ ତଥା ଐତିହ୍ୟ ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧନା ସହ କଟକ ଐତିହ୍ୟ ପଦଯାତ୍ରା, ଜଗତସିଂହପୁର ଐତିହ୍ୟ ପଦଯାତ୍ରା, ଢେଙ୍କାନାଳ ଐତିହ୍ୟ ପଦଯାତ୍ରା, ମୟୁରଭଞ୍ଜ ଐତିହ୍ୟ ପଦଯାତ୍ରା ଓ ବାଲେଶ୍ୱର ଦର୍ଶନର କର୍ମୀମାନଙ୍କୁ ଐତିହ୍ୟ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ଅବସରରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାକାର୍ଯ୍ୟକୁ ଐତିହ୍ୟ ଗବେଷକ ପଣ୍ଡିତ ସିଦ୍ଧାର୍ଥ ଆଚାର୍ଯ୍ୟ ଓ ସାମ୍ବାଦିକା ରାଜଶ୍ରୀ ସାହୁ ସଂଚାଳନା କରିଥିଲେ। ଏହି ଅବସରରେ ପୁରୀ ଐତିହ୍ୟ ପଦଯାତ୍ରାର ବାର୍ଷିକ ଉତ୍ସବର ସ୍ମରଣିକା “ଐତିହ୍ୟ ଗବାକ୍ଷ” ପ୍ରକାଶ ପାଇଥିଲା। ପୁରୀ ଐତିହ୍ୟ ପଦଯାତ୍ରାର ଉପଦେଷ୍ଟା ଡଃ ଦେବୀ ପ୍ରସନ୍ନ ନନ୍ଦ, ଆବାହକବୃନ୍ଦ ବିଶ୍ୱରଂଜନ ଦେହୁରୀ, ସଞ୍ଜୟ କୁମାର ବରାଳ ତଥା ଡକ୍ଟର କୁମାର ଅରୋଜ୍ୟୋତିଙ୍କ ଦିଗ୍‌ଦର୍ଶନରେ ଅଶୋକା ମଞ୍ଜରୀ ନାୟକ, ପ୍ରିୟଙ୍କର ମହାରଣା, ଜ୍ୟୋତ୍ସ୍ନା ମହାପାତ୍ର, ସତ୍ୟପ୍ରକାଶ ନାୟକ, ଅଭିପ୍ସା ନାୟକ, ଦୁର୍ଗାମାଧବ ମହାନ୍ତି, ତନ୍ମୟ ଚାଟାର୍ଜୀ, ସୁପ୍ରଭା ସାହୁ ପ୍ରଭୃତି ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande