ପୁରୀ,୧୦ ଅଗଷ୍ଟ (ହି.ସ.)- ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନହଳା ଠାରେ ରାଜ୍ଯସ୍ତରୀୟ ୧୭ତମ କବାଡି ପ୍ରତିଯୋଗିତା ଗହ୍ମାପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଯାଇଛି । ମା ଦକ୍ଷିଣକାଳୀ କବାଡି ଆସୋସିଏସନ ପକ୍ଷରୁ ଏହି କବାଡି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ବର ଜୟଦେବ ଓଡ଼ିଶା, ସତ୍ଯବାଦୀ, ଏସ.ଏନ ଡେଲାଙ୍ଗ, ପିପିଲି, ନୀଳାଚଳ ପୁରୀ, କଳିଙ୍ଗ ଷ୍ଟାଡିୟମ ୟୁନିଟ, ଲଙ୍କେଶ୍ଵରୀ ବଳଙ୍ଗା, ନିତା ଏକାଡେମୀ ଓ ବାରଙ୍ଗରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଏହାକୁ ଆୟୋଜକ ଅନୁଷ୍ଠାନର ସଭାପତି ପ୍ଯାରୀଶଙ୍କର ପଟ୍ଟନାୟକ ଉଦଘାଟନ କରିଥିଲେ । ୟୁନିଟ ନଅ ଜୟଦେବ ଓଡ଼ିଶା ପ୍ରତିଯୋଗିତାରେ ଚମ୍ପିୟନ ହୋଇଥିଲା । ପୁରୀ ନୀତା ଏକାଡେମୀ ରନର୍ସ ଅଫ ହୋଇଥିଲା । ସତ୍ଯବାଦୀ ଥାନା ଆଇଆଇସି ସଂଗ୍ରାମ ସ୍ବାଇଁ, ସରପଞ୍ଚ ଜିତେନ୍ଦ୍ର ବେହେରା ବିଜୟୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ ।
ସୁଚିତ୍ର ଓ ରାମ ସାର କ୍ରୀଡା ପରିଚାଳନା କରିଥିଲେ । ସୁମନ୍ତ, ଅନୁପ, ଶିବ, ନକୁଆ, ମଙ୍ଗୁ, ଅଭିମନ୍ୟୁ, ଦେବ, କାହ୍ନୁ, ତ୍ରିନାଥ, ଚନ୍ଦନ ଓ ରମାବଲ୍ଲଭ ମହାନ୍ତି ପ୍ରତିଯୋଗିତାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ