ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ପୋଲିସର ମନୋବଳ
ଭାଙ୍ଗିବା ପ୍ରସଙ୍ଗରେ ବିଜେଡିକୁ ଜବାବ ଦେଲା ବିଜେପି । ପୋଲିସର ମନବଳ ଭାଙ୍ଗିବା କଥା ବିଜେଡ଼ି
କହୁଛି, ଯିଏ ଗତ ୨୪ ବର୍ଷ ଭିତରେ ପୋଲିସର ମନୋବଳ
ଭାଙ୍ଗିବା ପାଇଁ ଗୋଟିଏ ବି ଦିଗ ବାକି ରଖିନଥିଲା। ପୋଲିସକୁ ରାଜନୈତିକ କାର୍ଯ୍ୟରେ ଲଗାଉଥିଲା
ବିଜେଡ଼ି । ଏପରିକି ଆଇପିଏସ, ଅଫିସର ତ ଟିକେଟ ବାଣ୍ଟିବାର ମଧ୍ୟ ନଜିର
ରହିଛି । ନେତାଙ୍କୁ ଉଠାଇ ନେବା, ଧମକାଇବା, ସେହିପରି
ନବ ଦାସଙ୍କୁ ଯଦି ଗୋପାଳ ମାରିଥାଏ, ତାହେଲେ ବିଜେଡ଼ିର ପ୍ରଶ୍ନର
ଉତ୍ତର ସେଇଠି ହିଁ ଅଛି । ପୋଲିସ କଣ, ସେତେବେଳର ସରକାର କଣ ଏବଂ ଘଟଣା
କଣ ? ଅନ୍ତତଃ ବିଜେପି ସରକାରରେ ତାହା ଦେଖିବାକୁ ମିଳି ନାହିଁ କି
ମିଳିବ ନାହିଁ । ମମିତା ମେହେର, ସ୍ମିତା ବିଶ୍ଵାଳ ଘଟଣାରେ ବିଜେଡି
ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିଲା । ସେଠି ପୋଲିସ ବାଟବଣା ହୋଇଛି । କାର୍ଯ୍ୟାନୁଷ୍ଠାନ
ନେଇନି କିମ୍ବା ତଦନ୍ତ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚିନାହିଁ । ଏହା ଗୋଟିଏ ଗୋଟିଏ ଉଦାହରଣ
। ପୋଲିସକୁ ନିୟନ୍ତ୍ରଣ କରୁଥିଲା ସେତେବେଳର ବିଜେଡି ସରକାର । ହେଲେ ବିଜେପି ସରକାର ସେସବୁରେ
ସୁଧାର ଆସିଛି । ଆଗକୁ ପୁରା ସୁଧୁରିବ । ଯେଉଁ ପୋଲିସ ମାନମନି କରିବ ତା ଉପରେ
କାର୍ଯ୍ୟାନୁଷ୍ଠାନ ନେବ ଏ ସରକାର । କାହାକୁ ଛଡ଼ା ଯିବ ନାହିଁ । ବିଜେଡି ସରକାର ଅରାଜକତାର
ପୁନରାବୃତ୍ତି ହେବ ନାହିଁ ବିଜେପି ସରକାର ସମୟରେ ବୋଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚର
ସଭାପତି ସୁରଥ ବିଶ୍ୱାଳ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା