କୋତପୁର ପଂଚାୟତରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ
ଧର୍ମଶାଳା, ୧୦ଅଗଷ୍ଟ(ହି.ସ.) - ଯାଜପୁର ଜିଲା ର୍ମଶାଳା ବ୍ଲକ କୋତପୁର କଲ୍ୟାଣ ମଣ୍ଡପ ଠାରେ ଶିଶୁ ସାହିତ୍ୟିକ ଡ. ରାଜ କିଶୋର ପାଢୀଙ୍କୁ ପଂଚାୟତ ତରଫରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । କୋତପୁର ପଂଚୟତ ବାସିନ୍ଦା ଶିଶୁ ସାହିତ୍ୟିକ ଡ. ରାଜ କିଶୋର ପାଢୀଙ୍କୁ ଚଳିତ ବର୍ଷ କେନ୍ଦ୍ରୀୟ ଶିଶୁ ସହିତ୍ୟ ପୁ
କୋତପୁର ପଂଚାୟତରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ


ଧର୍ମଶାଳା, ୧୦ଅଗଷ୍ଟ(ହି.ସ.) - ଯାଜପୁର ଜିଲା ର୍ମଶାଳା ବ୍ଲକ କୋତପୁର କଲ୍ୟାଣ ମଣ୍ଡପ ଠାରେ ଶିଶୁ ସାହିତ୍ୟିକ ଡ. ରାଜ କିଶୋର ପାଢୀଙ୍କୁ ପଂଚାୟତ ତରଫରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । କୋତପୁର ପଂଚୟତ ବାସିନ୍ଦା ଶିଶୁ ସାହିତ୍ୟିକ ଡ. ରାଜ କିଶୋର ପାଢୀଙ୍କୁ ଚଳିତ ବର୍ଷ କେନ୍ଦ୍ରୀୟ ଶିଶୁ ସହିତ୍ୟ ପୁରସ୍କାର ପ୍ରଦାନ ପାଇଁ ନାମ ଘୋଷଣା କରାଯାଇଛି । ଏଥିଲାଗି ଆଜି କୋତପୁର ପଂଚାୟତ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦର୍ଶ ଶିକ୍ଷକ ଡ. ପାଢୀଙ୍କ ଶିକ୍ଷକତା ଜୀବନୀ ଓ ତାଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ କିଶୋର ପାଢୀଙ୍କୁ ବିଧାୟକ ଶ୍ରୀ ସାହୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ବିଧାୟକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାମଦେବ ପାଢୀ, ସରପଂଚ ସୁନାକର ବେହେରା,ସମିତି ସଭ୍ୟା ଝୁଲିରାଣୀ ମଲିକ , ୧୫ ନଂ ଜୋନ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ଓ ପ୍ରଭାରୀ ଅମିତ ପ୍ରଧାନ ପ୍ରମୁଖ ମାଂଚାସୀନ ହୋଇଥିଲେ । ଏହି ଉତ୍ସବରେ ଗ୍ରାମ ପଂଚାୟତର ହଜାର ହଜାର ଲୋକେ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜେପି ନେତା ତପନ କୁମାର ମାହୁନ୍ତ, ନିଗମାନନ୍ଦ ଦାସ, ଦିବଜ୍ୟୋତି ପରିଡା,ଦିଲିପ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande