ଜୟପୁର, ୧୧ ଅଗଷ୍ଟ (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୮ତମ କୋରାପୁଟ ଜିଲ୍ଲାର ସମ୍ମିଳନୀରେ ସମାଜର ସକଳ ବର୍ଗର ଜନଗଣଙ୍କ ଉପରେ ସମସ୍ଯାର ବୋଝ ଲଦି ଥିବା ଵିଜେପିର ଶାସନ ଵ୍ଯଵସ୍ଥା ସମ୍ପର୍କରେ ଵ୍ଯାପକ ଆଲୋଚନା କରାଯାଇଛି। ଏହି ଦ୍ଵିତୀୟ ଦିବସ ଅଧିବେଶନରେ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ ସଂଗଠନକୁ ଚଳଚଞ୍ଚଳ କରିବା ପାଇଁ କେତେକ ଗାଇଡ ଲାଇନ ଉପସ୍ଥାପନ କରିଥିଲେ। ଜନସମସ୍ଯା ଗୁଡିକ ଚର୍ଚ୍ଚା ହୋଇଥିଲା। ଶିଶୁଙ୍କ ଠାରୁ ଆରମ୍ଭ କରି, ଛାତ୍ର-ଛାତ୍ରୀ, ଯୁଵକ-ଯୁଵତୀ, ଶ୍ରମିକ, କୃଷକ, ଆଦିବାସୀ, ଦଳିତ, ମହିଳା ବୁଦ୍ଧିଜୀବି ସକଳ ବର୍ଗ ଶାସନ ଉପରେ ଅତିଷ୍ଠ ହେଲେଣି। ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ଅଙ୍ଗନଓ୍ଵାଡି ଵନ୍ଦ କରିବା, ଛାତ୍ରୀ ଓ ଯୁବତୀଙ୍କ ଉପରେ ଯୈ।ନ ଉତ୍ପୀଡନ ଓ ହତ୍ୟା, ନୂତନ ଶିକ୍ଷାନୀତି ନାମରେ ଶିକ୍ଷା ସଂକୋଚନ, ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ କରାଇ ନୂତନ ନିଯୁକ୍ତି ଵନ୍ଦ, ଶ୍ରମିକଙ୍କ ଅଧିକାରର ଆଇନକୁ ବାତିଲ କରାଯାଇ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ପ୍ରଣୟନ, ଆଦିବାସୀଙ୍କୁ ଭିଟାମାଟିରୁ ଉଛେଦ, ଦଳିତଙ୍କ ପ୍ରତି ଘୃଣା ଓ ଦ୍ୱେଷ, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ବୁଦ୍ଧିଜୀବିଙ୍କ ଉପରେ ବିଜେପି ଡଵଲ ଇଞ୍ଜିନ ସରକାରଙ୍କ ଆକ୍ରମଣ, ସେବା କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଵିଳମ୍ଵ ଉପରେ ଉଦଵେଗ ପ୍ରକାଶ କରାଯାଇଛି। ଏହି ସମସ୍ତ ସମସ୍ୟା ନେଇ ଅକ୍ଟୋବର ପ୍ରଥମାର୍ଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ ପାଇଁ ସ୍ଥିର ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅସାଧୁ ବନ୍ଧୁ ତଥା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କର ଭାରତୀୟ ଜନଗଣଙ୍କ ଉପରେ ତାରିଫ ଵୋଝକୁ ନିନ୍ଦା କରିବା ସହ ୧୩ ଅଗଷ୍ଟ ପ୍ରତିବାଦ ପାଇଁ ପ୍ରସ୍ତାବ ଗୃହିତ ହୋଇ ଅଛି। ରାଜ୍ଯ ସମ୍ମିଳନୀ ପାଇଁ ଜିଲ୍ଲାରୁ ୭ ଜଣ ପ୍ରତିନିଧି ଓ ଜଣେ ଵିକଳ୍ପ ପ୍ରତିନିଧି ନିର୍ଵାଚିତ ହୋଇଛନ୍ତି। ଆଗାମୀ ଜିଲ୍ଲା ସମ୍ମିଳନୀ ପର୍ଯ୍ଯନ୍ତ ୧୯ ଜଣିଆ ଜିଲ୍ଲା ପରିଷଦ ଓ ୯ଜଣିଆ କାର୍ଯ୍ୟକାରୀ କମିଟି ଏଵଂ ଜଣେ ଜିଲ୍ଲା ସମ୍ପାଦକ, ଦୁଇ ଜଣ ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ:- ଜିଲ୍ଲା ସମ୍ପାଦକ ରାମ କୃଷ୍ଣ ଦାଶ, ସହ ସମ୍ପାଦକ- କୁମର ଜାନୀ, ଵୁଦରା ବଡନାୟକ, କାର୍ଯ୍ୟକାରୀ କମିଟି ସଦସ୍ଯ - ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ବୈଦ୍ୟନାଥ ଟାକ୍ରୀ, ପବନ ମହୁରୀଆ, ଓ ନିମନ୍ତ୍ରିତ ଭାବେ ଵଳିଭଦ୍ର ଭୋଇ, ନନ୍ଦ ହରିଜନ ଓ ମିତା ଜାନି ନିର୍ବାଚିତ ହୋଇଛନ୍ତି। ୨୪ତମ ରାଜ୍ଯ ସମ୍ମିଳନୀ ର ବିଶାଳ ସଂଘର୍ଷ ସଂକଳ୍ପ ସମାବେଶରେ କୋରାପୁଟ ଜିଲ୍ଲାରୁ ଅନ୍ୟୁନ ହଜାରେ ସାଥି ସମର୍ଥକ ଯୋଗ ଦେବା ପାଇଁ ସର୍ଵ ସମ୍ମତ ନିଷ୍ପତ୍ତି ହେଲା। ଶେଷରେ କମ୍ୟୁନିଷ୍ଟ ଆନ୍ତର୍ଜାତିକ ଗାନ ପରେ ପୁର୍ବତନ ସମ୍ପାଦକ ଯୁଧିଷ୍ଠିର ରାଉଳ ପତାକା ଅବତରଣ କରି ନଵନିର୍ଵାଚିତ ସମ୍ପାଦକ ରାମ କୃଷ୍ଣ ଦାଶଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ।
ନବ ନିର୍ବାଚିତ ସମ୍ପାଦକ ରାମକୃଷ୍ଣ ଦାଶ ସମ୍ମିଳନୀର ସଭାପତି ପ୍ରମୋଦ ମହାନ୍ତି ଓ ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଅର୍ପଣ ପରେ ସମ୍ମିଳନୀ ଉଦଯାପିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି