ନୂଆଦିଲ୍ଲୀ, ୧୧ ଅଗଷ୍ଟ (ହି.ସ.)-
ତ୍ରିବେନ୍ଦ୍ରମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ 2455 ରବିବାର
ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି।ବିମାନରେ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ଅନେକ ସାଂସଦ ଏବଂ ଶହ ଶହ ଯାତ୍ରୀ ଥିଲେ। ଏହି
ସୂଚନା ବେଣୁଗୋପାଳ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି।ସେ କହିଛନ୍ତି ଯେ ଉଡ଼ାଣ
ବିଳମ୍ବରେ ଆରମ୍ଭ ହୋଇଥିଲା, କିନ୍ତୁ ଉଡ଼ାଣ
ଆରମ୍ଭ ହେବାର ପ୍ରାୟ ଏକ ଘଣ୍ଟା ପରେ ହଠାତ୍ ପ୍ରବଳ ଏବଂ ଅପ୍ରତ୍ୟାଶିତ ଝଟକା (ଝଡ଼ ପବନ ଯୋଗୁଁ)
ଅନୁଭୂତ ହୋଇଥିଲା। ଏହା ପରେ ବିମାନର
କ୍ୟାପ୍ଟେନ୍ ଫ୍ଲାଇଟ୍ ସିଗନାଲରେ ତ୍ରୁଟି ବିଷୟରେ ଜଣାଇ ବିମାନକୁ ଚେନ୍ନାଇ ଆଡକୁ ବୁଲାଇଥିଲେ।ସେ ଏକ୍ସରେ କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟା ଧରି
ଚେନ୍ନାଇ ବିମାନବନ୍ଦର ଉପରେ ଉଡ଼ି ଅବତରଣ ପାଇଁ ଅନୁମତି ପାଇଁ ଅପେକ୍ଷା କରିଥିଲା। ପ୍ରଥମଥର ଲ୍ୟାଣ୍ଡିଂ
ପ୍ରୟାସ ସମୟରେଏକ ଅତ୍ୟନ୍ତ
ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେତେବେଳେ ସେହି ରନୱେରେ ଆଉ ଏକ ବିମାନ ଉପସ୍ଥିତ ଥିଲା।
କ୍ୟାପ୍ଟେନ୍ ତୁରନ୍ତ ନିଷ୍ପତ୍ତି ନେଇ ବିମାନକୁ ପୁଣି ଉପରକୁ ଉଡ଼ାଇ ସମସ୍ତଙ୍କ ଜୀବନ
ବଞ୍ଚାଇଥିଲେ। ଦ୍ୱିତୀୟ ପ୍ରୟାସରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା