ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ନେମରାରେ ପହଂଚି ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
ରାଂଚି, ୧୨ ଅଗଷ୍ଟ (ହି.ସ.) – ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଏବଂ ସାଂସଦ ଅଖିଳେଶ ଯାଦବ ମଙ୍ଗଳବାର ଦିନ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ଗୋଲା ଅଂଚଳ ଅନ୍ତର୍ଗତ ନମେରା ଗାଁରେ ପହଂଚିଥିଲେ । ସେ ଏଠାରେ ଶିବୁ ସୋରେନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ନେମରାରେ ପହଂଚି ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ


ରାଂଚି, ୧୨ ଅଗଷ୍ଟ (ହି.ସ.) – ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଏବଂ ସାଂସଦ ଅଖିଳେଶ ଯାଦବ ମଙ୍ଗଳବାର ଦିନ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ଗୋଲା ଅଂଚଳ ଅନ୍ତର୍ଗତ ନମେରା ଗାଁରେ ପହଂଚିଥିଲେ । ସେ ଏଠାରେ ଶିବୁ ସୋରେନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରନେଙ୍କୁ ଭେଟି ତାଙ୍କୁ ସାନ୍ତ୍ୱନା ଦେଇଥିଲେ ।

ଏହି ଅବସରରେ ଅଖିଳେଶ ଯାଦବ ଶିବୁ ସୋରେନଙ୍କୁ ଆଦିବାସୀ ମାନଙ୍କର ଜଣେ ମହାନ ନେତା ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ତାଙ୍କ ଜୀବନ ସଂଘର୍ଷ ଏବଂ ଦୃଢ଼ ବିଚାରଧାରା ସହିତ ଜଡ଼ିତ । ଶିବୁ ସୋରେନଙ୍କ ସଂଘର୍ଷ ଏବଂ ବିଚାରଧାରା ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଉତରାଧିକାରୀ ଭାବରେ ମିଳିଛି । ଦିଶୋମ ଗୁରୁ ଶିବୁ ସୋରେନ ଆଦିବାସୀ, ଦଳିତ, ଶୋଷିତ, ନିଷ୍ପେଷିତ ଏବଂ ବଂଚିତ ସମ୍ପ୍ରଦାୟର କଲ୍ୟାଣ ପାଇଁ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ ଉତ୍ସର୍ଗ କରିଥିଲେ । ଆମେ ସର୍ବଦା ଗୁରୁଜୀଙ୍କ ଜୀବନରୁ ପ୍ରେରଣା ପାଇବୁ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande