ଜୋଧପୁର, ୧୨ ଅଗଷ୍ଟ(ହି.ସ.) – ସୀମା ସୁରକ୍ଷା ବଳ ରାଜସ୍ଥାନ ଫ୍ରଂଟିୟରର ଆଇଜି ଏମ୍ଏଲ୍ ଗର୍ଗ ମଙ୍ଗଳବାର ଦିନ କହିଛନ୍ତି ଯେ ସ୍ୱତନ୍ତ୍ରତା ଦିବସ ୧୫ ଅଗଷ୍ଟକୁ ନେଇ ସୀମା ସୁରକ୍ଷା ବଳ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ଆଲର୍ଟ ମୋଡ଼ରେ କାମ କରୁଛି। ବିଏସ୍ଏଫ୍ ଦୁଇ ସମ୍ବେଦନଶୀଳ ଅନ୍ତରାଷ୍ଟ୍ରୀୟ ସୀମାରେ ଭାରତ-ପାକିସ୍ତାନ ଏବଂ ବଙ୍ଗଳାଦେଶର ଦୃଷ୍ଟି ଏବଂ ସୁରକ୍ଷାର ଦାୟିତ୍ୱ ନିର୍ବାହ କରୁଛି।
ସେ କହିଛନ୍ତି ଯେ ପ୍ରାୟ ୬୫୦୦ କିଲୋମିଟର ଲମ୍ବା ଅନ୍ତରାଷ୍ଟ୍ରୀୟ ସୀମାର ସୁରକ୍ଷା କରାଯାଉଛି। ସ୍ୱତନ୍ତ୍ରତା ଦିବସ ପରି ମହତ୍ୱପୂର୍ଣ୍ଣ ଅବସରରେ ଦୁଇ ସୀମା ସୁରକ୍ଷାର ଦୃଷ୍ଟିରେ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ। ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ପରେ ସୀମା ଅଂଚଳରେ ଗତିବିଧି ଉପରେ ନଜର ରଖାଯାଉଛି, ଯାହାକୁ ଦୃଷ୍ଟିରେ ରଖି ବିଏସ୍ଏଫ୍ ଅପରେଶନ ଆଲର୍ଟକୁ ଲଗାତାର ଜାରି ରଖିଛି। ଏହିପରି ସୁରକ୍ଷା ଏବଂ ଗସ୍ତକୁ ତୀବ୍ର କରାଯାଇଛି ତଥା ସୁରକ୍ଷାର ସମସ୍ତ ପହଲୁକୁ ଆହୁରି ଅଧିକ ମଜଭୁତ କରାଯାଉଛି।
ସେ କହିଛନ୍ତି ଯେ ସୀମାବର୍ତୀ ଅଂଚଳରେ ଷ୍ଟେଂଥ ଏବଂ ସର୍ବିଲାନ୍ସକୁ ବଢ଼ାଇବା ପାଇଁ ବିଶେଷ ପ୍ରୟାସ କରାଯାଉଛି। ଅତ୍ୟାଧୁନିକ ଉପକରଣ ସହିତ ମାନବୀୟ ସଂସାଧନୋକୁ ମଧ୍ୟ ବୃଦ୍ଧି କରାଯାଉଛି। ଏହାସହିତ ସୀମାରେ ଥିବା ଲୋକଙ୍କ ଭାଗିଦାରୀକୁ ମଧ୍ୟ ସୁନିଶ୍ଚିତ କରାଯାଇଛି। ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ନାଗରିକଙ୍କୁ ସତର୍କ ଏବଂ ସଜାଗ ରହିବାକୁ ସୂଚନା ଦିଆଯାଉଛି, ଯାହାଫଳରେ କୌଣସି ସନ୍ଦିଗ୍ଧ ଗତିବିଧିର ତୁରନ୍ତ ସୂଚନା ଦିଆଯାଇ ପାରିବ। ବିଏସ୍ଏଫ୍ ଦେଶ ସୀମାର ସୁରକ୍ଷ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଟେ ଏବଂ ସ୍ୱତନ୍ତ୍ରତା ଦିବସ ଅବସରରେ କୌଣସି ପ୍ରକାର ଆହ୍ୱାନ ସହିତ ଲଢ଼ିବା ପାଇଁ ପୂର୍ଣ୍ଣଭାବେ ପ୍ରସ୍ତୁତ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି