ନୂଆଦିଲ୍ଲୀ, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରୀୟ କୃଷି ଏବଂ କିସାନ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ଦିନ ନିଜ ସଂସଦୀୟ କ୍ଷେତ୍ର ବିଦିଶାରେ ତିରଙ୍ଗା ଯାତ୍ରା ଏବଂ ସ୍ୱଦେଶୀ ମାର୍ଚ୍ଚ ବାହାର କରିବେ। ଏହାସହିତ ଶିବରାଜ ବିଦିଶାରେ ସ୍ୱଂୟ ସହାୟତା ସମୁହର ଭଉଣୀଙ୍କ ସହିତ ରକ୍ଷାବନ୍ଧନ ପାଳନ କରିବେ ଏବଂ ଭଉଣୀମାନଙ୍କୁ ସିଧା କଥାମଧ୍ୟ ହେବେ। ତିରଙ୍ଗା ଯାତ୍ରା ଏବଂ ସ୍ୱଦେଶୀ ମାର୍ଚ୍ଚ ବିଦିଶାର ମାଧବଗଂଜ ଛକରୁ ପ୍ରାରମ୍ଭ ହୋଇ ରାୟସେନର ମହାମାୟା ଛକରେ ସମାପ୍ତ ହେବ। ଏହି ଅବସରରେ ଚି ନଗର ଏବଂ ଅଲଗା ଅଲଗା ସ୍ଥାନରେ ଯାତ୍ରାର ଭବ୍ୟ ସ୍ୱାଗତ କରାଯିବ। ଶିବରାଜ ସିଂହ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସ୍ୱତନ୍ତ୍ରତା ଦିବସ ପୂର୍ବରୁ ଆମେ ସମସ୍ତେ ତିରଙ୍ଗା ପତାକା ନିଜ ଘରେ ଉଡ଼ାନ୍ତୁ। ତିରଙ୍ଗା ଯାତ୍ରା କରନ୍ତୁ, ୧୩ ତାରିଖକୁ ସେ ନିଜେ, ଦ୍ୱିପହର ୨ଟାରେ ବିଦିଶାର ମାଧବଗଂଜ ଛକରୁ ତିରଙ୍ଗା ଯାତ୍ରା ସହିତ ରାୟସେନ ପାଇଁ ବାହାରିବେ। ସମସ୍ତ ଭଉଣୀ ଭାଇଙ୍କୁ ଅପିଲ୍ ଯେ, ସେମାନେ ସମାଜର କୌଣସି ବର୍ଗର ହୁଅନ୍ତୁ, ସେମାନେ ଛାତ୍ର ହୁଅନ୍ତୁ, ଯୁବକ ହୁଅନ୍ତୁ, କୃଷକ ହୁଅନ୍ତୁ, ବ୍ୟବସାୟୀ ହୁଅନ୍ତୁ, ବୁଦ୍ଧିଜୀବୀ ହୁଅନ୍ତୁ, ଆମେ ସମସ୍ତେ ଭାରତବାସୀ। ଶିବରାଜ ତିରଙ୍ଗା ଯାତ୍ରା ଏବଂ ସ୍ୱଦେଶୀ ମାର୍ଚ୍ଚ ଅବସରରେ ଅଲଗା ଅଲଗା ସ୍ଥାନରେ ଜନସାଧାରଣଙ୍କୁ ସ୍ୱଦେଶୀ ଆପଣାଇବାର ସଂକଳ୍ପ ମଧ୍ୟ ଦେବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି