ରାଜସ୍ୱ ଅମଲା ସଂଘ ର ଆନ୍ଦୋଳନ ସରକାର ଙ୍କ ଉପରେ ପଡିବନି ଚାପ
ଜୟପୁର,୧୧ ଅଗଷ୍ଟ (ହି.ସ.) - ରାଜସ୍ୱ ଅମଲା ସଂଘ ୧୦ ଦଫା ଦାବି ପୁରଣ ନିମନ୍ତେ ଆନ୍ଦୋଳନ କୁ ଅହ୍ଲାଇବା ନେଇ ସୁଚନା ମିଳିଛି ଓ ଉକ୍ତ ଆନ୍ଦୋଳନ କୁ ଓଡ଼ିଶା ଅମଲା ସଂଘ ଅସୋହଯୋଗ କରିବା ସହିତ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ସଂଘ ର ଆଭିମୁଖ୍ୟ ଷ୍ପଷ୍ଟ କରିଛି । ଜୟପୁର ଠାରେ ଓଡ଼ିଶା ଅମଲା ସଂଘ
ରାଜସ୍ୱ ଅମଲା ସଂଘ ର ଆନ୍ଦୋଳନ ସରକାର ଙ୍କ ଉପରେ ପଡିବନି ଚାପ


ଜୟପୁର,୧୧ ଅଗଷ୍ଟ (ହି.ସ.) - ରାଜସ୍ୱ ଅମଲା ସଂଘ ୧୦ ଦଫା ଦାବି ପୁରଣ ନିମନ୍ତେ ଆନ୍ଦୋଳନ କୁ ଅହ୍ଲାଇବା ନେଇ ସୁଚନା ମିଳିଛି ଓ ଉକ୍ତ ଆନ୍ଦୋଳନ କୁ ଓଡ଼ିଶା ଅମଲା ସଂଘ ଅସୋହଯୋଗ କରିବା ସହିତ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ସଂଘ ର ଆଭିମୁଖ୍ୟ ଷ୍ପଷ୍ଟ କରିଛି । ଜୟପୁର ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜସ୍ୱ ଅମଲା ସଂଘ ର ଆନ୍ଦୋଳନ ଡାକରାକୁ ସମ୍ପୁର୍ଣ୍ଣ ବିରୋଧ କରିବା ନେଇ ସ୍ପଷ୍ଟୀକରଣ ଦେବା ସହିତ ରାଜସ୍ୱ ଅମଲା ସଂଘ ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କୁ କୁଠାରାଘାତ କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ତତ୍ ସହିତ ସୋନପୁର ଠାରେ ଓଡ଼ିଶା ଅମଲା ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଚିତରଞ୍ଜନ ତରାସିଆ ସାମ୍ବାଦିକ ସମ୍ମିଳନୀ ଡ଼ାକି ରାଜସ୍ୱ ଅମଲା ସଂଘ ର ଆନ୍ଦୋଳନକୁ ସମ୍ପୁର୍ଣ୍ଣ ଅସହଯୋଗ କରିବା ସହିତ ତଳ ଦିନରେ ଅମଲା ମାନଙ୍କ ପ୍ରତି ହୋଇଥିବା କୁଠାରାଘାତ ର କଥା ବଖାଣିଥିଲେ । ଆନ୍ଦୋଳନ ସମୟରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ରାଜସ୍ୱ ଅମଲା ନିଜ ନିଜର କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବାର ସୁଚନା ମିଳିଛି ସେହିପରି ୱାଇ ଶ୍ରୀନିବାସ ରାଓ ବିଭାଗୀୟ ଅଧିକାରୀ ତହସିଲ୍ କାର୍ଯ୍ୟାଳୟ ବୈପାରିଗୁଡା ଜଣେ ରାଜସ୍ୱ ଅମଲା ହୋଇଥିବା ସ୍ଥଳେ ସଂଘ ର ଆନ୍ଦୋଳନ ଡାକରାକୁ ନ ମାନି ନିଜ କାର?୍ୟ୍ୟାଳୟକୁ ଆସି ପୁର୍ବ ପରି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହା ଯୋଗୁଁ ରାଜସ୍ୱ ଅମଲା ସଂଘ ର ଆନ୍ଦୋଳନ ସରକାର ଙ୍କ ଉପରେ କୈାଣସି ପ୍ରଭାବ ପଡିବ ନାହିଁ ବୋଲି ସବୁ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande