ଅନିର୍ଦ୍ଧିଷ୍ଟକାଳ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ରାଜସ୍ବ ଅମଲା ସଂଘ କେନ୍ଦୁଝର ଶାଖା
କେନ୍ଦୁଝର, 11 ଅଗଷ୍ଟ (ହି.ସ.) ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ତଳେ ରାଜସ୍ବ ଅମଲା ସଂଘ କେନ୍ଦୁଝର ଶାଖା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନିର୍ଦ୍ଧିଷ୍ଟକାଳ ଆନ୍ଦୋଳନକୁ ଓହ୍ଲାଇଛି ଅଛି ସଂଘ। ଆଜି ଠାରୁ ରାଜ୍ୟ ସଂଘର ଡାକରାରେ ୧୦ ଦାବୀ ନେଇ ଆନ୍ଦୋ
Amla sangha strike start


କେନ୍ଦୁଝର, 11 ଅଗଷ୍ଟ (ହି.ସ.) ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ତଳେ ରାଜସ୍ବ ଅମଲା ସଂଘ କେନ୍ଦୁଝର ଶାଖା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନିର୍ଦ୍ଧିଷ୍ଟକାଳ ଆନ୍ଦୋଳନକୁ ଓହ୍ଲାଇଛି ଅଛି ସଂଘ। ଆଜି ଠାରୁ ରାଜ୍ୟ ସଂଘର ଡାକରାରେ ୧୦ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଙ୍ଘ। ସହିତ ଜନ ସାଧାରଣଙ୍କ କାର୍ଯ୍ୟରେ କୌଣସି ବ୍ୟାଘାତ ଘଟିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ କହିଛି ସଂଘ। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ। ଆଜିର ଏହି ଆନ୍ଦୋଳନରେ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ସଚିନ କୁମାର ପଣ୍ଡା, ଉପ ସଭାପତି ମିନତୀ ସାହୁ, ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରଶ୍ମିରଜ୍ଞନ ମହାନ୍ତି , ଉପଦେଷ୍ଠା କୈଳାସ ଚନ୍ଦ୍ର ମଲ୍ଲିକ, ସରୋଜ କୁମାର ସାହୁ, ଭୁବନେଶ୍ବର ମହାପାତ୍ର ମିଡିଆ ସଂଯୋଜକ ପିତବାସ ମହାନ୍ତ ଏବଂ ପ୍ରତାପ କୁମାର ବୈଠା, ମାନସ କୁମାର ଜେନା, ଦେବବ୍ରତ ବେହେରା , ଶିବାନୀ ନାଏକ, ପାର୍ଥସାରଥୀ ନାୟକ, ଛବିଳ ପାତ୍ର, ଜନ୍ମେଜୟ ସତପଥୀ, ସନ୍ତୋଷ କୁମାର ରଣା, ପ୍ରସନ୍ନ କୁମାର ରାମ, ସୁରେଶ ରଣା, ପ୍ରଭାତି ପ୍ରଧାନ, ଭିମସେନ ଜେନା, ପଙ୍କଜିନୀ ସେଠୀ, ସତ୍ୟବତୀ ଲାଗୁରୀ, ବବିତା ସାହୁ, ମିତାଲି ଦାସ,ଦିଲ୍ଲିପ କୁମାର ଜେନା,ଦିପକ ପାତ୍ର, ଅଞ୍ଜଳୀ ସାହୁଙ୍କ ସମେତ ଶତାଧିକ କର୍ମଚାରୀ ଯୋଗଦାନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହା ସହ ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡରେ ମଧ୍ୟ ଆନ୍ଦୋଳନ ଜାରି ଥିବା ସଙ୍ଘ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande