ଭୋଟ ତ୍ରୁଟି ନେଇ ଇସିଆଇକୁ ବିଜେଡ଼ି ଅବଗତ କରିସାରିଛି- ଅମର ପଟ୍ଟନାୟକ
ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଭୋଟ ଚୋରି ନୁହଁ ତ୍ରୁଟି ହୋଇଛି। ଭୋଟର ତାଲିକା, ଫର୍ମ ୧୭ ସି ରେ ଦିଆଯାଇଥିବା ତଥ୍ୟରେ ତାଳମେଳ ନଥିବା ସନ୍ଦେହ ଦେଖାଦେଉଛି। ଓଡ଼ିଶା ନିର୍ବାଚନ ଫଳକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସ ଯାହା ଦାବି କରୁଛି ଆମେ ଏହାକୁ ଆଠ ମାସ ତଳୁ କହିସାରିଛୁ। ଇସିଆଇକୁ ବିଜ
ଭୋଟ ତ୍ରୁଟି ନେଇ ଇସିଆଇକୁ ବିଜେଡ଼ି ଅବଗତ କରିସାରିଛି- ଅମର ପଟ୍ଟନାୟକ


ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ଭୋଟ ଚୋରି ନୁହଁ ତ୍ରୁଟି ହୋଇଛି। ଭୋଟର ତାଲିକା, ଫର୍ମ ୧୭ ସି ରେ ଦିଆଯାଇଥିବା ତଥ୍ୟରେ ତାଳମେଳ ନଥିବା ସନ୍ଦେହ ଦେଖାଦେଉଛି। ଓଡ଼ିଶା ନିର୍ବାଚନ ଫଳକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସ ଯାହା ଦାବି କରୁଛି ଆମେ ଏହାକୁ ଆଠ ମାସ ତଳୁ କହିସାରିଛୁ। ଇସିଆଇକୁ ବିଜେଡ଼ି ଅବଗତ କରିସାରିଛି। ଏହାପରେ ଆମେ ଆଇନ୍ ଗତ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ବିଜେଡ଼ି ନେତା ଅମର ପଟ୍ଟନାୟକ।

ଅନ୍ୟପକ୍ଷରେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି କୋଉଠି ଶୋଇଥିଲା। ୧୨ ମାସ ପରେ ବିଜେଡିର ମନେ ପଡୁଛି। କାହିଁକି ଆଗରୁ ନିର୍ବାଚନ କମିଶନଙ୍କୁ କହିଲେନି। ଏବେ କଂଗ୍ରେସ ସ୍ୱରରେ ସ୍ୱର ମିଳାଉଛି। ସେମାନେ ଯେଉଁଠି ସରକାର କଲେ ସେଠି ଠିକ ଅଛି। ବିଜେପି ଯେଉଁଠି ସରକାର କଲା ସେଠି ଭୁଲ। ରାହୁଲ ଗାନ୍ଧୀ ଏହାକୁ ଏକ ରାଜନୈତିକ ମୁଦ୍ଦା କରୁଛନ୍ତି। ବିଜେଡି ତାକୁ ସମର୍ଥନ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande