ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ନୂଆ ବିସ୍ଥାପନ ନୀତିକୁ ନେଇ ବିଜେଡି ସମାଲୋଚନା କରିଛି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସରକାର ଯାହା କହୁଛନ୍ତି ଯେ ଜମି ବଦଳରେ ଜମି, ତାଙ୍କୁ ପ୍ରଶ୍ନ ଯେ ଭିଟାମାଟି କାହିଁକି କିଏ ଛାଡିବ? ସରକାର କି ମୂଲ୍ୟବାନ ଜମି ଦେବେ? କମ୍ପାନୀର କି ଅଂଶୀଦାର କରିବେ ଜମିହରାଙ୍କୁ? ସୁନ୍ଦରଗଡ଼ରେ ଜମିହରାଙ୍କୁ ବୁଲଡୋଜର ଲଗାଇ ମାରିଲେ। ସିଜୁମାଳିରେ ଗିରଫ କଲେ। ମୟୁରଭଞ୍ଜ କୁସୁମୀରେ ଖଣି ପାଇଁ ଲୋକଙ୍କୁ ମାଡ଼ ମରାଗଲା। ଗ୍ରାମସଭା ଠିକ୍ ସେ ହେଉଛି ତ? ନିପନ ଆନ୍ଧ୍ର ମୁହାଁ, ଇଭି କମ୍ପାନୀ ପଳେଇଲା। କାହଁକି ଏବେ କମ୍ପାନୀ ମୁହଁ ଫେରାଉଛନ୍ତି । ଜମିହରାଙ୍କୁ କମ୍ପାନୀର ଯଦି ଅଂଶୀଦାର କରିବେ, ଠିକ କଥା। ହେଲେ ବାହାନା ଦେଖାଇ ଲୋକଙ୍କୁ କିକ୍ ମାରିବାକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା