ଇସଲାମାବାଦ, ୧୧ଅଗଷ୍ଟ (ହି.ସ.)-ପାକିସ୍ତାନର
ୱଜିରିସ୍ତାନରେ ସୈନିକଙ୍କ ଏକ ଦଳ ଉପରେ କରାଯାଇଥିବା ଆକ୍ରମଣରେ ଜଣେ ସୈନିକ ନିହତ ହୋଇଛନ୍ତି। ଏହି ସମୟରେ ସୁରକ୍ଷା
ବାହିନୀର ପ୍ରତିଶୋଧରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଡନ୍ ଖବରକାଗଜର ୱେବସାଇଟରେ ସୁରକ୍ଷା
ସୂତ୍ରକୁ ଉଦ୍ଧୃତ କରି ଏହି ଖବର ଆଜି ସକାଳେ ପ୍ରସାରିତ ହୋଇଛି।
ସୁରକ୍ଷା ସୂତ୍ର ଅନୁଯାୟୀ, ସୈନିକଙ୍କ ଦଳ
ଉତ୍ତର ୱଜିରିସ୍ତାନର ଶାୱଲ୍ ମରାହ ଅଞ୍ଚଳରୁ ଉପର ଦକ୍ଷିଣ ୱଜିରିସ୍ତାନର ସିରନାରାଇ ଅଞ୍ଚଳକୁ
ଯାଉଥିଲେ। ସେତେବେଳେ ହଠାତ୍ ଘାତ ଲଗାଇ ବସିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ
କରିଦେଲେ। ଏହା ପରେ ଏନକାଉଣ୍ଟର ଆରମ୍ଭ ହେଲା। ଏହି ଗୁଳିବିନିମୟରେ ସୈନିକ ନବିଦଙ୍କ ମୃତ୍ୟୁ
ହୋଇଥିଲା। ନାୟକ ଅମଜଦ, ସିପାହୀ ଅବୁ ବକର, ସିପାହୀ ସିୟାମ୍, ସିପାହୀ ନାସିର ଏବଂ
ସିପାହୀ ଶୈକତ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ପ୍ରତିଶୋଧରେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା
କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା